ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନଭୋଜନ ଖାଇଲେ ବିଡିଓ
ତେନ୍ତୁଳିଖୁଣ୍ଟି, ୫।୮(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସୋମବାର ବିଡିଓ ମନୋଜ କୁମାର ପାଣିଗ୍ରାହୀ ଅଚାନକ ଗସ୍ତ କରିଥିଲେ। ସେ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଦିଆ ଯାଉଥିବା ଖାଦ୍ୟ ପ୍ରସ୍ତୁତି ଯାଞ୍ଚ ସହ ଚାଉଳରମାନ ପରଖିଥିଲେ। ଏହାପରେ କ୍ଲାସ ରୁମ୍କୁ ଯାଇ ବିଡିଓ ପିଲାମାନଙ୍କୁ ପଢ଼ାଇଥିଲେ। ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ବିଷୟ ଠିକ୍ଭାବେ ପଢ଼ାଇବାକୁ ବିଡିଓ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ମୋଟ ୧୭୪ ପିଲାଙ୍କ […] The post ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନଭୋଜନ ଖାଇଲେ ବିଡିଓ appeared first on Dharitri Odia News.
ତେନ୍ତୁଳିଖୁଣ୍ଟି, ୫।୮(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସୋମବାର ବିଡିଓ ମନୋଜ କୁମାର ପାଣିଗ୍ରାହୀ ଅଚାନକ ଗସ୍ତ କରିଥିଲେ। ସେ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଦିଆ ଯାଉଥିବା ଖାଦ୍ୟ ପ୍ରସ୍ତୁତି ଯାଞ୍ଚ ସହ ଚାଉଳରମାନ ପରଖିଥିଲେ।
ଏହାପରେ କ୍ଲାସ ରୁମ୍କୁ ଯାଇ ବିଡିଓ ପିଲାମାନଙ୍କୁ ପଢ଼ାଇଥିଲେ। ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ବିଷୟ ଠିକ୍ଭାବେ ପଢ଼ାଇବାକୁ ବିଡିଓ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ମୋଟ ୧୭୪ ପିଲାଙ୍କ ମଧ୍ୟରୁ ସୋମବାର ମାତ୍ର ୧୧୦ଜଣ ଉପସ୍ଥିତ ଥିଲେ। ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କ ସହ ଆଲୋଚନା କରି ଉପସ୍ଥାନକୁ ଶତ ପ୍ରତିଶତ କରିବାକୁ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ବିଡିଓ ପରାମର୍ଶ ଦେଇଥିଲେ। ମଧ୍ୟାହ୍ନ ଭୋଜନର ଖାଦ୍ୟ ମେନୁ ଅନୁଯାୟୀ ପିଲାମାନଙ୍କୁ ଉତ୍ତମ ଖାଦ୍ୟ ଦେବାକୁ ପରାମର୍ଶ ଦେଇଥିଲେ। ବିଡିଓ ପାଣିଗ୍ରାହୀ ଛାତ୍ରୀଛାତ୍ରଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଏବିଇଓ ମୋହନ ମଧୁସୂଦନ ବାଘ୍ ମଧ୍ୟ ବିଦ୍ୟାଳୟରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ।
The post ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନଭୋଜନ ଖାଇଲେ ବିଡିଓ appeared first on Dharitri Odia News.