ପୁଣି ଛୁଆଙ୍କୁ ରାଲିରେ ବୁଲାଇଲେ ଅପରାଜିତା, CEOଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ବର : ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଜଣେ ଶିକ୍ଷିତ ମହିଳାହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନର ଧଜିଆ ଉଡାଉଛନ୍ତି। ଯାହାକୁ ନେଇ ଆଜି ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ। ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । […]

ପୁଣି ଛୁଆଙ୍କୁ ରାଲିରେ ବୁଲାଇଲେ ଅପରାଜିତା, CEOଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
BJD Moves CEO Against Aparajita Sarangi For 'Using' Children In Election Campaign

ଭୁବନେଶ୍ବର : ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଜଣେ ଶିକ୍ଷିତ ମହିଳାହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନର ଧଜିଆ ଉଡାଉଛନ୍ତି। ଯାହାକୁ ନେଇ ଆଜି ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ।

ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ନିର୍ଘାତ ଖରାରେ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଉଛନ୍ତି । ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ବହୁବାର ଅଭିଯୋଗ ପରେ ବି ଅପରାଜିତା ତାଙ୍କ ଅଭ୍ୟାସ ବଦଳାଉ ନାହାନ୍ତି। ପଦ୍ମକେଶରୀପୁରରେ ବିଜେପିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋଲା ଖୋଲି ଆଚରଣ ବିଧି ଉଲଂଘନ କରିଥିବା ବିଜେଡି ଅଭିଯୋଗ କରିଛି। ଚେୟାର ଫିଲପ କରିବା ପାଇଁ ଛୋଟ ପିଲାଙ୍କୁ ବ୍ୟବହାର କରାଯାଉଛି। ରାଲିରେ ବୁଲା ଯାଉଛି। ତେଣୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି ।

କିଛିଦିନ ତଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଅପରାଜିତା ପ୍ରଚାର କରିବା ବେଳେ ଛୋଟପିଲାଙ୍କ ବେକରେ ବିଜେପି ଉତ୍ତରୀୟ ପକାଇ ବୁଲାଇଥିଲେ । ନିର୍ବାଚନରେ ଛୋଟପିଲାଙ୍କୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ମନା। କିନ୍ତୁ ଅପରାଜିତା ଷଡ଼ଙ୍ଗୀ ଛୋଟପିଲାଙ୍କୁ ନିର୍ବାଚନ ପ୍ରଚାରରେ ବାରମ୍ବାର ବ୍ୟବହାର କରୁଛନ୍ତି। କେଵଳ ଅପରାଜିତା ନୁହନ୍ତି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ , ବୈଜୟନ୍ତ ପଣ୍ଡା ମଧ୍ୟ ବାରମ୍ବାର ଆଚରଣ ବିଧି ଉଲଂଘନ କରି ଆସୁଛନ୍ତି । ଏହି ସମ୍ବେଦନଶୀଳ ଘଟଣାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ୱତନ୍ତ୍ର ଗାଇଡ଼ଲାଇନ ଆଣିବାକୁ ଅନୁରୋଧ କରିଛନ୍ତି ବିଜେଡି ପ୍ରତିନିଧି।