ପୋଲିସ ଚଢ଼ାଉ : ଦୁଇ ଗିରଫ
ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା ସହ ଦୁଇ ଚାଳକଙ୍କୁ ସାରେ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଚଟି ଗ୍ରାମର ଏଚ୍ ଶିବ ଶଙ୍କର(୩୨) ଓ ଭଞ୍ଜନଗର ଥାନା ଅଧୀନ କୋଇଣ୍ଡି ଗ୍ରାମର ଟି. ଗିରିଧାରୀ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଉକ୍ତ […] The post ପୋଲିସ ଚଢ଼ାଉ : ଦୁଇ ଗିରଫ appeared first on Dharitri Odia News.
ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା ସହ ଦୁଇ ଚାଳକଙ୍କୁ ସାରେ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଚଟି ଗ୍ରାମର ଏଚ୍ ଶିବ ଶଙ୍କର(୩୨) ଓ ଭଞ୍ଜନଗର ଥାନା ଅଧୀନ କୋଇଣ୍ଡି ଗ୍ରାମର ଟି. ଗିରିଧାରୀ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଉକ୍ତ ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଚୋରା ମୋରମ ଚାଲାଣ ଏକ ର଼୍ୟାକେଟ୍ ସକ୍ରିୟ ରହିଛି । ଖଣି ବିଭାଗର ଅଧିକାରୀ ମଧ୍ୟ୍ୟ କୋଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନ ଥିବା ନେଇ ଅଭିଯୋଗ ଉଠିଛି । ଶୁକ୍ରବାର ଭୋର ସମୟରେ ସିଂହଳା ଗ୍ରାମରୁ ହାଇୱା ଯୋଗେ ମୋରମ ଚୋରା ଚାଲାଣ ହୋଇ କନିସି ଅଭିମୁଖେ ଯାଉଥିବା ବେଳେ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଡାଉ କରି ହାଇୱାକୁ ଧରି କାଗଜପତ୍ର ଦେଖାଇବାକୁ କହିଥିଲେ। ଚାଳକ ଦେଖିଇ ପାରି ନ ଥିଲେ । କିଛି ସମୟ ବ୍ୟବଧାନରେ ଫୁଣି ଏକ ଟିପର ଯୋଗେ ମୋରମ ଚୋରା ଚାଲାଣ ହୋଉଥିବା ବେଳେ ପୋଲିସ ହାବୁଡରେ ପଡିଥିଲା। ଚାଳକ ଜଣକ ପୋଲିସକୁ କାଗଜପତ୍ର ଦେଇପାରି ନ ଥିଲେ। ଉଭୟ ଚାଳକ ପୋଲିସ ଉଠେଇ ନେଇ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା । ଥାନା କେଶ ନ ୧୦୮ ଓ ୧୦୯/୨୫ ପ୍ରକାରେ ଶିବ ଶଙ୍କର ଓ ଗିରିଧାରୀକୁ ପୋଲିସ ସାରେ ଗିରଫ କରି କୋର୍ଟକରିଛି। ଆଗାମୀ ଦିନରେ ବେଆଇନ ଚୋରା ଉପରେ ଚଡାଉ ଜୋର ଦାର କରାଯିବା ସହ ଚୋରା ଚାଲାଣର ହୋଉଥିବା ସମୟ ଖବର ଦେବା ପାଇଁ ଥାନା ଅଧିକାରୀ ସ୍ବାଇଁ କହିଛନ୍ତି।
The post ପୋଲିସ ଚଢ଼ାଉ : ଦୁଇ ଗିରଫ appeared first on Dharitri Odia News.