ବଡ଼ପୁଅ ଇବ୍ରାହିମ୍ ବଞ୍ଚାଇଥିଲେ ସୈଫଙ୍କ ଜୀବନ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ…
ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶଂସକ ଚିନ୍ତାରେ। ଗୋଟିଏପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜୋରଦାର କରିଥିବା ବେଳେ ଡାକ୍ତରଖାନାରେ ଅଭିନେତାଙ୍କ ଚିକିତ୍ସା ଚାଲିଛି। ଆକ୍ରମଣକାରୀ ଛଅ ଥର ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲେ। ଏମିତିରେ ତାଙ୍କୁ ବଡ଼ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍ ରକ୍ଷା କରିଥିବା ଜଣାପଡ଼ିଛି। ଗୁରୁବାର ରାତି ୨.୩୦ରୁ ୩ଟା ମଧ୍ୟରେ ଅଭିନେତାଙ୍କ ବାନ୍ଦ୍ରା ସ୍ଥିତ ଆବାସରେ ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ଏହି […] The post ବଡ଼ପୁଅ ଇବ୍ରାହିମ୍ ବଞ୍ଚାଇଥିଲେ ସୈଫଙ୍କ ଜୀବନ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ… appeared first on Dharitri Odia News.
ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶଂସକ ଚିନ୍ତାରେ। ଗୋଟିଏପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜୋରଦାର କରିଥିବା ବେଳେ ଡାକ୍ତରଖାନାରେ ଅଭିନେତାଙ୍କ ଚିକିତ୍ସା ଚାଲିଛି। ଆକ୍ରମଣକାରୀ ଛଅ ଥର ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲେ। ଏମିତିରେ ତାଙ୍କୁ ବଡ଼ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍ ରକ୍ଷା କରିଥିବା ଜଣାପଡ଼ିଛି।
ଗୁରୁବାର ରାତି ୨.୩୦ରୁ ୩ଟା ମଧ୍ୟରେ ଅଭିନେତାଙ୍କ ବାନ୍ଦ୍ରା ସ୍ଥିତ ଆବାସରେ ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ଏହି ସମୟରେ ସୈଫ ସାମ୍ନାକୁ ଆସିବାରୁ ସେ ଛୁରାମାଡ଼ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଭିନେତାଙ୍କୁ ନେଇ ଇବ୍ରାହିମ୍ ଅଟୋ ରିକ୍ସାରେ ଡାକ୍ତରଖାନାରେ ପହଞ୍ଚିଥିଲେ। କାରଣ ତାଙ୍କୁ କୌଣସି ଗାଡ଼ି ମିଳି ନ ଥିଲା। ପରେ ସୈଫଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା।
ସୈଫ ଏବେ ସୁରକ୍ଷିତ ଅଛନ୍ତି। ତାଙ୍କର ସର୍ଜରୀ ଶେଷ ହୋଇଛି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ପୋଲିସ ଘଟଣାର ତଦନ୍ତ କରିଛି।
The post ବଡ଼ପୁଅ ଇବ୍ରାହିମ୍ ବଞ୍ଚାଇଥିଲେ ସୈଫଙ୍କ ଜୀବନ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ… appeared first on Dharitri Odia News.