ବଦ୍ରିନାଥକୁ ସଂଯୋଗ କରୁଥିବା ରାସ୍ତା ଉପରକୁ ଭୂଶୁଡିଲା ପାହାଡ଼, ଯୋଗାଯୋଗ ବିଛିନ୍ନ, ଦେଖନ୍ତୁ Video
ଚାମୋଲୀ ୧୦।୭: ଉତ୍ତରାଖଣ୍ଡ ଚାମୋଲୀ ଜିଲ୍ଲା ପାତାଲଗଙ୍ଗା ଅଞ୍ଚଳରେ ବୁଧବାର ବଡ଼ ଧରଣର ଭୂ-ସ୍ଖଳନ ହୋଇଛି। ଏହି ଲ୍ୟାଣ୍ଡ ସ୍ଲାଇଡ ପାତାଲଗଙ୍ଗାରେ ବଦ୍ରିନାଥ ନ୍ୟାସନାଲ ହାଇୱେ ସୁଡ଼ଙ୍ଗ ଉପରେ ହୋଇଛି। ଲ୍ୟାଣ୍ଡ ସ୍ଲାଇଡର ରୋମ ଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପାହାଡ଼ର ଏକ ବିଶାଳ ଅଂଶ ଭୁଶୁଡି ତଳକୁ ଖସୁଥିବା ଦେଖାଯାଉଛି। ପାହାଡ଼ର ଭଗ୍ନାବଶେଷ ସଡ଼କ ଉପରେ ଗଦେଇ ହୋଇ ପଡୁଛି। ଲ୍ୟାଣ୍ଡସ୍ଲାଇଡ ହେବା ପରେ ସଡ଼କ ଉପରେ ଧୂଳି ଛାଇ ଯାଇଥିଲା। ତେବେ ସୌଭାଗ୍ୟର କଥା ପାହାଡ଼ ଭୁଶୁଡୁଥିବା ବେଳେ ସଡ଼କରେ ଗୋଟେ ବି ଯାନବାହନ ନଥିଲା। ସଡ଼କ ଉପରେ ପାହାଡ଼ର ଧ୍ୱଂସାବଶେଷ ପଡିବାରୁ ଯୋଶୀମଠ-ବଦ୍ରିନାଥ ହାଇୱେ ବନ୍ଦ ହୋଇଯାଇଛି। ମୌସୁମୀ ଆଗମନ ପରେ ଏଠାରେ ଲ୍ୟାଣ୍ଡସ୍ଲାଇଡ ଘଟଣା ବଢି ଯାଇଛି। ମୌସୁମୀରେ ପାହାଡ଼ଗୁଡିକ ମାଟି ଧୋଇ ଫପସା ହୋଇଯାଇଛି। ଉତ୍ତରାଖଣ୍ଡରେ ଏବେ ବର୍ଷା ଲାଗି ରହିଛି। चमोली जिले के पाताल गंगा इलाके में बद्रीनाथ नेशनल हाईवे में सुरंग के ऊपर बड़ी लैंडस्लाइड ।हालाकि ट्रैफिक को पहले रोक दिया गया था।लेकिन बारिश के अलावा निर्माण के तरीकों पर फिर सवाल उठ रहे हैं।#Uttarakhand #landslide pic.twitter.com/BQsrVDMxpY— amit viswas (@amitviswas8) July 10, 2024ପାହାଡ଼ ଉପରେ ବର୍ଷା ହେଉଥିବାରୁ ରାଜ୍ୟର ନଦନଦୀ ଏବେ ଉଛୁଳୁଛ
ଚାମୋଲୀ ୧୦।୭: ଉତ୍ତରାଖଣ୍ଡ ଚାମୋଲୀ ଜିଲ୍ଲା ପାତାଲଗଙ୍ଗା ଅଞ୍ଚଳରେ ବୁଧବାର ବଡ଼ ଧରଣର ଭୂ-ସ୍ଖଳନ ହୋଇଛି। ଏହି ଲ୍ୟାଣ୍ଡ ସ୍ଲାଇଡ ପାତାଲଗଙ୍ଗାରେ ବଦ୍ରିନାଥ ନ୍ୟାସନାଲ ହାଇୱେ ସୁଡ଼ଙ୍ଗ ଉପରେ ହୋଇଛି। ଲ୍ୟାଣ୍ଡ ସ୍ଲାଇଡର ରୋମ ଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପାହାଡ଼ର ଏକ ବିଶାଳ ଅଂଶ ଭୁଶୁଡି ତଳକୁ ଖସୁଥିବା ଦେଖାଯାଉଛି। ପାହାଡ଼ର ଭଗ୍ନାବଶେଷ ସଡ଼କ ଉପରେ ଗଦେଇ ହୋଇ ପଡୁଛି।
ଲ୍ୟାଣ୍ଡସ୍ଲାଇଡ ହେବା ପରେ ସଡ଼କ ଉପରେ ଧୂଳି ଛାଇ ଯାଇଥିଲା। ତେବେ ସୌଭାଗ୍ୟର କଥା ପାହାଡ଼ ଭୁଶୁଡୁଥିବା ବେଳେ ସଡ଼କରେ ଗୋଟେ ବି ଯାନବାହନ ନଥିଲା। ସଡ଼କ ଉପରେ ପାହାଡ଼ର ଧ୍ୱଂସାବଶେଷ ପଡିବାରୁ ଯୋଶୀମଠ-ବଦ୍ରିନାଥ ହାଇୱେ ବନ୍ଦ ହୋଇଯାଇଛି। ମୌସୁମୀ ଆଗମନ ପରେ ଏଠାରେ ଲ୍ୟାଣ୍ଡସ୍ଲାଇଡ ଘଟଣା ବଢି ଯାଇଛି। ମୌସୁମୀରେ ପାହାଡ଼ଗୁଡିକ ମାଟି ଧୋଇ ଫପସା ହୋଇଯାଇଛି। ଉତ୍ତରାଖଣ୍ଡରେ ଏବେ ବର୍ଷା ଲାଗି ରହିଛି।
चमोली जिले के पाताल गंगा इलाके में बद्रीनाथ नेशनल हाईवे में सुरंग के ऊपर बड़ी लैंडस्लाइड ।
हालाकि ट्रैफिक को पहले रोक दिया गया था।
लेकिन बारिश के अलावा निर्माण के तरीकों पर फिर सवाल उठ रहे हैं।#Uttarakhand #landslide pic.twitter.com/BQsrVDMxpY— amit viswas (@amitviswas8) July 10, 2024
ପାହାଡ଼ ଉପରେ ବର୍ଷା ହେଉଥିବାରୁ ରାଜ୍ୟର ନଦନଦୀ ଏବେ ଉଛୁଳୁଛି। ଫଳରେ ରାଜ୍ୟର ଅନେକ ସ୍ଥାନରେ ସଡ଼କ ଓ ପୋଲ ଭାସି ଯାଇଥିବାରୁ ଗମନା ଗମନ ବାଧିତ ହୋଇଛି। ଆଗକୁ ବର୍ଷା ବଢ଼ିପାରେ ବୋଲି ଆକଳନ କରାଯାଉଛି। ଯଦି ବର୍ଷାର ପରିମାଣ ବଢେ ତେବେ ସମସ୍ୟା ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି। କେବଳ ପାର୍ବତ୍ୟାଞ୍ଚଳ ନୁହେଁ ଉତ୍ତରାଖଣ୍ଡର ସମତଳରେ ମଧ୍ୟ ବର୍ଷା ଲାଗି ରହିଛି। ଏ ନେଇ ପାଣିପାଗ ବିଭାଙ୍ଗ ସତର୍କତାକୁ ନେଇ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି।
ଏବର୍ଷ ମୌସୁମୀର ମିଜାଜ ଯେପରି ରହିଛି ଉତ୍ତରାଖଣ୍ଡ ପାଇଁ ଏହା କୌଣସି ଦୃଷ୍ଟିରୁ ଉତ୍ତମ ନୁହେଁ। ଖାସ ଏହି କାରଣରୁ ରାଜ୍ୟ ସରକାର ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ଏବେ ଆଲର୍ଟ ମୋଡରେ ଅଛନ୍ତି। ଉତ୍ତରାଖଣ୍ଡରେ ମୌସୁମୀ ଋତୁରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ ଘଟଣା ଏଣୁ ଲୋକଙ୍କୁ ନଦୀ ନାଳରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି।