ବାଂଲାଦେଶରେ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ହେବେ ହାସିନାଙ୍କ ପୁଅ! କହିଦେଲେ…

ନୂଆଦିଲ୍ଲୀ,୮।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ପୁରା ଦେଶ ଅଶାନ୍ତ ଥିବାବେଳେ ସେଠାରେ ଆସୁଥିବା ଭୟାନକ ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି। ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପଚରାଯାଇଛି କି, ନିର୍ବାଚନ ହେଲେ ଆପଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି? ଏହାର ଉତ୍ତର ରଖି ଓ୍ବାଜେଦ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ଦେଶରେ ସବୁକିଛି […] The post ବାଂଲାଦେଶରେ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ହେବେ ହାସିନାଙ୍କ ପୁଅ! କହିଦେଲେ… appeared first on Dharitri Odia News.

ବାଂଲାଦେଶରେ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ହେବେ ହାସିନାଙ୍କ ପୁଅ! କହିଦେଲେ…

ନୂଆଦିଲ୍ଲୀ,୮।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ପୁରା ଦେଶ ଅଶାନ୍ତ ଥିବାବେଳେ ସେଠାରେ ଆସୁଥିବା ଭୟାନକ ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି।

ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପଚରାଯାଇଛି କି, ନିର୍ବାଚନ ହେଲେ ଆପଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି? ଏହାର ଉତ୍ତର ରଖି ଓ୍ବାଜେଦ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ଦେଶରେ ସବୁକିଛି ଠିକ ହୋଇଯିବ ସେତେବେଳେ ମୋ ମା ବାଂଲାଦେଶ ପୁଣି ଫେରିଯିବେ। ମା ’ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ନାହିଁ, ସେ ବାଂଲାଦେଶରେ ରହିବେ କିନ୍ତୁ ରାଜନୀତିରେ ଅଂଶଗ୍ରହଣ କରିବେ ନାହିଁ। କିନ୍ତୁ ଯଦି ଆମର ଦଳ ଆୱାମୀ ଲିଗ ନିର୍ବାଚନରେ ଜିତେ ତେବେ ଆମର ଜଣେ ନେତା ପ୍ରଧାନମନ୍ତ୍ରୀ ହେବେ। ଏହkାପରେ ଯେତେବେଳେ ୱାଜେଦଙ୍କୁ ପ୍ରଧାନମନ୍ତ୍ରୀ ହେବେ କି ନାହିଁ ପଚରାଯାଇଥିଲା, ବର୍ତ୍ତମାନ ସେ କିଛି କହିପାରିବେ ନାହିଁ ବୋଲି ଏଡାଇ ଦେଇଥିଲେ।

ବର୍ତ୍ତମାନ ଭାରତରେ ଅଛୁ। ପୁଣିଥରେ ବାଂଲାଦେଶ ଫେରିବାକୁ ଚାହୁଁନାହିଁ। କିନ୍ତୁ ଯଦି ନିର୍ବାଚନ ହୁଏ ତେବେ ଆମେ ଏହା ବିଷୟରେ ଚିନ୍ତା କରିବୁ। ନିର୍ବାଚନ ହେଲେ କେବେ BNPP ଦଳ ନିର୍ବାଚନରେ ଜିତିବେ କିମ୍ବା କେବେ ଆମ ଦଳ ଆୱାମୀ ପାର୍ଟି ଜିତିବେ। କିନ୍ତୁ ଆମ ନେତାଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଯାଉଛି, ଆମେ ବର୍ତ୍ତମାନ ପାଇଁ ସୁରକ୍ଷିତ ରହିବାକୁ ଚାହୁଁଛୁ। ଭବିଷ୍ୟତରେ, ଯଦି ରାଜନୈତିକ ପରସ୍ଥିତିି ଠିକ୍‌ ରହେ ତେବେ ମାଆ ପୁଣି ବାଂଲାଦେଶ ଫେରିପାରନ୍ତି ବୋଲି ହାସିନାଙ୍କ ପୁଅ କହିଛନ୍ତି।

The post ବାଂଲାଦେଶରେ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ହେବେ ହାସିନାଙ୍କ ପୁଅ! କହିଦେଲେ… appeared first on Dharitri Odia News.