ବିକ୍ରମ ରାଠୋର ଖୋଲିଲେ ରୋହିତ ଶର୍ମା ରାଜ୍ : ସେ ସବୁ କିଛି ଭୁଲିଯାଆନ୍ତି, ହେଲେ...
ମୁମ୍ବାଇ ୨୦।୦୮ : ରୋହିତ ଶର୍ମାଙ୍କୁ ନେଇ ଟିମ୍ ଇଣ୍ଡିଆ ପୂର୍ବତନ ବ୍ୟାଟିଂ କୋଚ୍ ବିକ୍ରମ ରାଠୋରଙ୍କ ବଡ଼ ବୟାନ । ଲମ୍ବା ସମୟ ଧରି ଟିମ୍ ସହିତ ଜଡିତ ଥିବା ବିକ୍ରମ ରାଠୋର ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିପ୍ ନେଇ ଢେର ସାରା କଥା କହିଛନ୍ତି । ସେ କହିଛନ୍ତି ଯେ, ବିରୋଧୀ ଟିମ୍ ପାଇଁ ରଣନୀତି କରିବାରେ ରୋହିତ ଶର୍ମା ମାହିର । ରୋହିତ ଶର୍ମାଙ୍କୁ ଆମେ ଟସ୍ ସମୟରେ କଏନ୍ ଭୁଲିବା, ଟସ୍ ସମୟରେ ବ୍ୟାଟିଂ କି ବୋଲିଂ ନିଷ୍ପତ୍ତି ନେବା ଭୁଲିଯିବା, ହୋଟେଲ୍ରେ ଫୋନ୍ ଏବଂ ଆଇପଡ୍ ଭୁଲିଯାଆନ୍ତି । ହେଲେ ବିରୋଧୀ ଟିମ୍ ପାଇଁ ରଣନୀତିକୁ କେବେବି ସେ ଭୁଲନ୍ତି ନାହିଁ । ଯେଉଁ ରଣନୀତି ସେ ଟିମ୍ ମିଟିଂରେ କରିଥିବେ, ସେହି ରଣନୀତିକୁ ନେଇ ସେ ପଡିଆରେ ଚାଲନ୍ତି । ଆଉ ତାର ରେଜଲ୍ଟ ମଧ୍ୟ ଆମେ ସବୁ ଦେଖିଥାଉ । ରୋହିତଙ୍କୁ ମୁଁ ତ ସବୁବେଳ କୁହେ ପ୍ଲାନିଂ ମାଷ୍ଟର ସହ ଜଣେ ସ୍ମାର୍ଟ ଅଧିନାୟକ । ମୋ କ୍ୟାରିୟରରେ କୌଣସି ଖେଳାଳିକୁ ମୁଁ ଏତେ ରଣନୀତି ଏବଂ ଡିଟେଲ୍ସରେ କରୁଥିବାର ଦେଖିନାହିଁ । ସେହିପରି ରୋହିତ ଶର୍ମା ପ୍ରତି ଖେଳାଳିଙ୍କ ସହିତ ଆଲୋଚନା କରନ୍ତି । ଆଉ ଖେଳାଳିଙ୍କ ସହିତ ସମୟ ବି ବିତାନ୍ତି । ସେମାନଙ୍କ ବିଚାର ଉପରେ ଆଲୋଚନା କରିଥାନ୍ତି । ଯାହାକି ଆଗକୁ ଟିମ୍ର ରଣନୀତିରେ ସହାୟକ ହୋଇଥାଏ । ସୂଚନାଯୋଗ୍ୟ ଯେ, ବିରାଟ କୋହଲିଙ୍କ ପରେ ଟିମ୍ ଇଣ୍ଡିଆ ଅଧିନାୟକ ଦାୟିତ୍ୱ ସମ୍ଭାଳିଥି
ମୁମ୍ବାଇ ୨୦।୦୮ : ରୋହିତ ଶର୍ମାଙ୍କୁ ନେଇ ଟିମ୍ ଇଣ୍ଡିଆ ପୂର୍ବତନ ବ୍ୟାଟିଂ କୋଚ୍ ବିକ୍ରମ ରାଠୋରଙ୍କ ବଡ଼ ବୟାନ । ଲମ୍ବା ସମୟ ଧରି ଟିମ୍ ସହିତ ଜଡିତ ଥିବା ବିକ୍ରମ ରାଠୋର ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିପ୍ ନେଇ ଢେର ସାରା କଥା କହିଛନ୍ତି ।
ସେ କହିଛନ୍ତି ଯେ, ବିରୋଧୀ ଟିମ୍ ପାଇଁ ରଣନୀତି କରିବାରେ ରୋହିତ ଶର୍ମା ମାହିର । ରୋହିତ ଶର୍ମାଙ୍କୁ ଆମେ ଟସ୍ ସମୟରେ କଏନ୍ ଭୁଲିବା, ଟସ୍ ସମୟରେ ବ୍ୟାଟିଂ କି ବୋଲିଂ ନିଷ୍ପତ୍ତି ନେବା ଭୁଲିଯିବା, ହୋଟେଲ୍ରେ ଫୋନ୍ ଏବଂ ଆଇପଡ୍ ଭୁଲିଯାଆନ୍ତି । ହେଲେ ବିରୋଧୀ ଟିମ୍ ପାଇଁ ରଣନୀତିକୁ କେବେବି ସେ ଭୁଲନ୍ତି ନାହିଁ । ଯେଉଁ ରଣନୀତି ସେ ଟିମ୍ ମିଟିଂରେ କରିଥିବେ, ସେହି ରଣନୀତିକୁ ନେଇ ସେ ପଡିଆରେ ଚାଲନ୍ତି । ଆଉ ତାର ରେଜଲ୍ଟ ମଧ୍ୟ ଆମେ ସବୁ ଦେଖିଥାଉ । ରୋହିତଙ୍କୁ ମୁଁ ତ ସବୁବେଳ କୁହେ ପ୍ଲାନିଂ ମାଷ୍ଟର ସହ ଜଣେ ସ୍ମାର୍ଟ ଅଧିନାୟକ । ମୋ କ୍ୟାରିୟରରେ କୌଣସି ଖେଳାଳିକୁ ମୁଁ ଏତେ ରଣନୀତି ଏବଂ ଡିଟେଲ୍ସରେ କରୁଥିବାର ଦେଖିନାହିଁ ।
ସେହିପରି ରୋହିତ ଶର୍ମା ପ୍ରତି ଖେଳାଳିଙ୍କ ସହିତ ଆଲୋଚନା କରନ୍ତି । ଆଉ ଖେଳାଳିଙ୍କ ସହିତ ସମୟ ବି ବିତାନ୍ତି । ସେମାନଙ୍କ ବିଚାର ଉପରେ ଆଲୋଚନା କରିଥାନ୍ତି । ଯାହାକି ଆଗକୁ ଟିମ୍ର ରଣନୀତିରେ ସହାୟକ ହୋଇଥାଏ ।
ସୂଚନାଯୋଗ୍ୟ ଯେ, ବିରାଟ କୋହଲିଙ୍କ ପରେ ଟିମ୍ ଇଣ୍ଡିଆ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ରୋହିତ ଶର୍ମା । ଲଗାତର ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍କୁ ଫାଇନାଲ୍ରେ ପହଞ୍ଚାଇଥିଲେ । ଯେଉଁଥିରେ ୨୦୨୩ ଏସିଆ କପ୍, ୨୦୨୩ ଦିନିକିଆ ବିଶ୍ୱକପ୍, ୨୦୨୩ ବିଶ୍ୱ ଚମ୍ପିଆନ୍ସିପ୍ ଫାଇନାଲ୍ ରହିଛି । ଏହାପରେ ୨୦୨୪ରେ ଟି-୨୦ ବିଶ୍ୱକପ୍ର ଫାଇନାଲ୍ରେ ଏଣ୍ଟ୍ରି କରିଥିଲା ଟିମ୍ ଇଣ୍ଡିଆ । ଆଉ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଥିଲା ଟିମ୍ ଇଣ୍ଡିଆ।