ବିଜେଡି ସଜନା ଗଛ ହେଲେ, ଆମେ ସଁବାଳୁଆ କାହିଁକି ଏମିତି କହିଲେ କର୍ପୋରେଟର ଅମରେଶ ଜେନା
ଭୁବନେଶ୍ୱର,୩୧ା୧୦: ଭୁବନେଶ୍ୱର ବିଜେଡିରେ ଥମୁନି କନ୍ଦଳ। ଜଣେ ପରେ ଜଣେ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଆଉ ଜଣେ ନେତା ତେର୍ଚ୍ଛାବାଣ ମାରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଅସଲ କଥା ହେଲା କର୍ପୋରେଟର ଅମରେଶ ଜେନା କହିଛନ୍ତି, ବିଜେଡି ସଜନା ଗଛ ହେଲେ ବିରଞ୍ଚି ଏବଂ ମୁଁ ହେଉଛୁ ସଁବାଳୁଆ। ଆମକୁ କେହି ବି ଅଲଗା କରିପାରିବେ ନାହିଁ । ଆମକୁ ଯିଏ ଯେତେ ଅଲଗା କରିବାକୁ ଚାହିଁଲେ […] The post ବିଜେଡି ସଜନା ଗଛ ହେଲେ, ଆମେ ସଁବାଳୁଆ କାହିଁକି ଏମିତି କହିଲେ କର୍ପୋରେଟର ଅମରେଶ ଜେନା appeared first on Dharitri Odia News.
ଭୁବନେଶ୍ୱର,୩୧ା୧୦: ଭୁବନେଶ୍ୱର ବିଜେଡିରେ ଥମୁନି କନ୍ଦଳ। ଜଣେ ପରେ ଜଣେ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଆଉ ଜଣେ ନେତା ତେର୍ଚ୍ଛାବାଣ ମାରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଅସଲ କଥା ହେଲା କର୍ପୋରେଟର ଅମରେଶ ଜେନା କହିଛନ୍ତି, ବିଜେଡି ସଜନା ଗଛ ହେଲେ ବିରଞ୍ଚି ଏବଂ ମୁଁ ହେଉଛୁ ସଁବାଳୁଆ। ଆମକୁ କେହି ବି ଅଲଗା କରିପାରିବେ ନାହିଁ । ଆମକୁ ଯିଏ ଯେତେ ଅଲଗା କରିବାକୁ ଚାହିଁଲେ ମଧ୍ୟ ଆମେ ଅଲଗା ହେବୁ ନାହିଁ।
କର୍ପୋରେଟର ଅମରେଶ,ବିରଞ୍ଚି ନାରାୟଣ ମହାସୂପକାର ଏବଂ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ଚାଲିଥିବା କଳି ଭିତରେ ଗୁରୁବାର ଏପରି କହିଛନ୍ତି ଅମରେଶ। ସେ କହିଛନ୍ତି କିଛି ଲୋକ ନିଜର ବ୍ୟକ୍ତିଗତ କାରଣ ପାଇଁ ଆମ ସହ ଲାଗିଛନ୍ତି। ତେବେ ଆମର ଲକ୍ଷ୍ୟ ସହରର ଉନ୍ନତି, ଦଳର ଉନ୍ନତି। ଆମର ସଭାପତି ଯାହା ଆମକୁ କାରଣ ଦର୍ଶାଅରେ ପଚାରିଥିଲେ ଆମେ ତାହାର ଉତ୍ତର ରଖିଛୁ। କାହାର ଯଦି ଆମ ପ୍ରତି ଅସନ୍ତୋଷ ଥିବ ସେ ଆମ ଉତ୍ତର ପଢ଼ନ୍ତୁ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବିଏମ୍ସିର ଏହି ଦୁଇ ବିଜେଡି କର୍ପୋରେଟର ଅମରେଶ ଏବଂ ବିରଞ୍ଚିଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରେ ସେମାନେ ଏହାର ଉତ୍ତର ରଖିଛନ୍ତି। ନାଁ ନନେଇ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ଉପରେ ଅମରେଶ ବର୍ଷିଥିବା କୁହାଯାଉଛି।
The post ବିଜେଡି ସଜନା ଗଛ ହେଲେ, ଆମେ ସଁବାଳୁଆ କାହିଁକି ଏମିତି କହିଲେ କର୍ପୋରେଟର ଅମରେଶ ଜେନା appeared first on Dharitri Odia News.