ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବସ୍, ୪୦ ଯାତ୍ରୀ ଆହତ
ବ୍ରହ୍ମଗିରି ୨୫।୦୮: ରାସ୍ତା କଡ଼କୁ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କୃଷ୍ଣପ୍ରସାଦ-ମୋରଡ଼ା-ମାଲୁଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଭାରସାମ୍ୟ ନିୟନ୍ତ୍ରଣ ହରାଇ ରାସ୍ତାକଡକୁ ଓଲଟିଲା ବସ୍ । ବସ୍ଟି ପୁରୀଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଜଣାପଡ଼ିଛି । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଫାଇଭ୍ ଷ୍ଟାର ନାମକ ଏହି ବସ୍ଟି ଓଲଟି ପଡ଼ିଛି । ଯାତ୍ରୀ ମାନଙ୍କ ମଧ୍ୟରେ ୪୦ଜଣ ଆହତ ହୋଇଥିବା ବେଳେ ୫ ରୁ ୬ ଜଣ ଗୁରୁତର ହୋଇଛନ୍ତି। ଏ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ କୃଷପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି । ଯେଉଁମାନେ ଗୁରୁତର ସେମାନଙ୍କୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ଡ୍ରାଇଭର କୁ ଅଟକ ରଖି ପଚରା ଉଚରା କରାଯାଉଛି । ହେଲେ ଏହି ଦୁର୍ଘଟଣା କିପରି ଓ କାହିଁକି ଘଟିଲା ତାହାର ତଦନ୍ତ ଚାଲିଛି।
ବ୍ରହ୍ମଗିରି ୨୫।୦୮: ରାସ୍ତା କଡ଼କୁ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କୃଷ୍ଣପ୍ରସାଦ-ମୋରଡ଼ା-ମାଲୁଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଭାରସାମ୍ୟ ନିୟନ୍ତ୍ରଣ ହରାଇ ରାସ୍ତାକଡକୁ ଓଲଟିଲା ବସ୍ । ବସ୍ଟି ପୁରୀଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଜଣାପଡ଼ିଛି । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଫାଇଭ୍ ଷ୍ଟାର ନାମକ ଏହି ବସ୍ଟି ଓଲଟି ପଡ଼ିଛି । ଯାତ୍ରୀ ମାନଙ୍କ ମଧ୍ୟରେ ୪୦ଜଣ ଆହତ ହୋଇଥିବା ବେଳେ ୫ ରୁ ୬ ଜଣ ଗୁରୁତର ହୋଇଛନ୍ତି।
ଏ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ କୃଷପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି । ଯେଉଁମାନେ ଗୁରୁତର ସେମାନଙ୍କୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ଡ୍ରାଇଭର କୁ ଅଟକ ରଖି ପଚରା ଉଚରା କରାଯାଉଛି । ହେଲେ ଏହି ଦୁର୍ଘଟଣା କିପରି ଓ କାହିଁକି ଘଟିଲା ତାହାର ତଦନ୍ତ ଚାଲିଛି।