ଭୁବନେଶ୍ୱରରେ ପହଞ୍ଚିଲେ ନଡ୍ଡା, ଦେବେ ମାଷ୍ଟରପ୍ଲାନ!
ଭୁବନେଶ୍ବର, ୨୬।୯: ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସଦସ୍ୟତା ଅଭିଯାନରେ ସାମିଲ ହେବେ। ଏହାପରେ ବହୁ ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଏଥିସହ ସେ ଓଡ଼ିଶାର ପାର୍ଟି ଅଫିସରେ ଭାଜପାର ମନ୍ତ୍ରୀ, ଏମପି ଓ ବିଧାୟକଙ୍କୁ ଗୁରୁ ମନ୍ତ୍ର ଦେବାର ସୂଚନା ରହିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ […] The post ଭୁବନେଶ୍ୱରରେ ପହଞ୍ଚିଲେ ନଡ୍ଡା, ଦେବେ ମାଷ୍ଟରପ୍ଲାନ! appeared first on Dharitri Odia News.
ଭୁବନେଶ୍ବର, ୨୬।୯: ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସଦସ୍ୟତା ଅଭିଯାନରେ ସାମିଲ ହେବେ। ଏହାପରେ ବହୁ ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଏଥିସହ ସେ ଓଡ଼ିଶାର ପାର୍ଟି ଅଫିସରେ ଭାଜପାର ମନ୍ତ୍ରୀ, ଏମପି ଓ ବିଧାୟକଙ୍କୁ ଗୁରୁ ମନ୍ତ୍ର ଦେବାର ସୂଚନା ରହିଛି।
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ନରେ ସେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଦସ୍ୟତା କାର୍ଯ୍ୟକର୍ତ୍ତା ଚୟନର ମୂଳ ଆଧାର। ସଙ୍ଗଠନର ମୂଳ କାର୍ଯ୍ୟକର୍ତ୍ତା। ଭାଜପାର ମୂଳ ଆଧାର ସଙ୍ଗଠନ। ସଙ୍ଗଠନର ଶକ୍ତି ସହ ଆମର ବୈଚାରିକ ସ୍ପଷ୍ଟତା ଓ ଗରିବ କଲ୍ୟାଣର ମନ୍ତ୍ର ଆମକୁ ଦେଶ ଓ ରାଜ୍ୟରେ ଲୋକଙ୍କ ବିଶ୍ୱାସଭାଜନ କରିଛି। ଦଳର ସାଙ୍ଗଠନିକ ମହାପର୍ବ ‘ସଦସ୍ୟତା ଅଭିଯାନ-୨୦୨୪’ ଚଳିତ ମାସ ୨ ତାରିଖରୁ ଦେଶବ୍ୟାପୀ ଏବଂ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି ା ଆମ ସଦସ୍ୟତା ଅଭିଯାନକୁ ସର୍ବବ୍ୟାପୀ ଓ ଗତିଶୀଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ଯତୀନ ସୂଚନା ଦେଇଛନ୍ତି।
ନଡ୍ଡା ଏଜି ଛକ ସ୍ଥିତ ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହାପରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ଦଳର ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ। ଏହି ଅବସରରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଓ ସଙ୍ଗଠନକୁ ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ। ମଧ୍ୟାହ୍ନରେ ନଡ୍ଡା ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ ବୋଲି ଯତୀନ ସୂଚନା ଦେଇଛନ୍ତି।
The post ଭୁବନେଶ୍ୱରରେ ପହଞ୍ଚିଲେ ନଡ୍ଡା, ଦେବେ ମାଷ୍ଟରପ୍ଲାନ! appeared first on Dharitri Odia News.