ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ : ଟାହିଆ ହଲେଇ ଆସୁଛି କାଳିଆ ଠାକୁର

ପୁରୀ : ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ  ପହଣ୍ଡିରେ ରୁଢାରୁଣ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ । କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତ ଖୁସିରେ କାନ୍ଦି ପକାଇଛନ୍ତି। ଶରଧାବାଲିରେ […] The post ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ : ଟାହିଆ ହଲେଇ ଆସୁଛି କାଳିଆ ଠାକୁର appeared first on KNews Odisha.

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ : ଟାହିଆ ହଲେଇ ଆସୁଛି କାଳିଆ ଠାକୁର
kalia

ପୁରୀ : ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ  ପହଣ୍ଡିରେ ରୁଢାରୁଣ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ । କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତ ଖୁସିରେ କାନ୍ଦି ପକାଇଛନ୍ତି।

ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ଧିରେ ଧିରେ ବଢ଼ିବାରେ ଲାଗିଛି । ସେହି ଭାବ ବିନୋଦିଆ କାଳିଆ ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ । ରଥ, ପ୍ରସ୍ତୁତ, ପଥ ବି ପ୍ରସ୍ତୁତ କେବଳ ଅପେକ୍ଷା ତିନି ରଥକୁ ବିରାଜମାନ । ଆଉ ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶ କର୍ମେ ରଥଟଣା ଆରମ୍ଭ ହେବ ।

 

ଆହୁରି ପଢ଼ନ୍ତୁ :  ଚକ୍ରରାଜ ସୁଦର୍ଶନଙ୍କ ପରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି : ଝୁଲିଝୁଲି ଆସିଲେ ବଡ଼ ଠାକୁର

The post ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ : ଟାହିଆ ହଲେଇ ଆସୁଛି କାଳିଆ ଠାକୁର appeared first on KNews Odisha.