‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ

ତୁମୁଡ଼ିବନ୍ଧ,୨୭ା୭(ଦୀପକ କୁମାର ପରସେଠ): ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍‌(ପୂର୍ବରୁ ଲକ୍ଷ୍ମୀ ବସ୍‌) ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳର ସବୁକିଛି ବିକାଶ ହୋଇପାରିବ। ହେଲେ ଏହି ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରୁ ଦୁଇ ପଞ୍ଚାୟତବାସୀ ବଞ୍ଚିତ ହୋଇଛନ୍ତି। ବାଧକ ସାଜିଛି ରାସ୍ତା। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ଓ ଝିରିପାଣି ପଞ୍ଚୟତରେ ଶନିବାର ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଅଞ୍ଚଳବାସୀଙ୍କ କହିବା ଅନୁସାରେ ଲଙ୍କାଗଡ଼ ହତିମୁଣ୍ଡାଠାରୁ ଝିରିପାଣିକୁ ସଂଯୋଗ […] The post ‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ appeared first on Dharitri Odia News.

‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ

ତୁମୁଡ଼ିବନ୍ଧ,୨୭ା୭(ଦୀପକ କୁମାର ପରସେଠ): ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍‌(ପୂର୍ବରୁ ଲକ୍ଷ୍ମୀ ବସ୍‌) ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳର ସବୁକିଛି ବିକାଶ ହୋଇପାରିବ। ହେଲେ ଏହି ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରୁ ଦୁଇ ପଞ୍ଚାୟତବାସୀ ବଞ୍ଚିତ ହୋଇଛନ୍ତି। ବାଧକ ସାଜିଛି ରାସ୍ତା। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ଓ ଝିରିପାଣି ପଞ୍ଚୟତରେ ଶନିବାର ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଅଞ୍ଚଳବାସୀଙ୍କ କହିବା ଅନୁସାରେ ଲଙ୍କାଗଡ଼ ହତିମୁଣ୍ଡାଠାରୁ ଝିରିପାଣିକୁ ସଂଯୋଗ କରୁଥିବା ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗଦାରା ୨୦୧୩/୧୪ ଆର୍ଥିକ ବର୍ଷରେ ନିର୍ମାଣକାର୍ଯ୍ୟ କରାଯିବା ପାଇଁ ଆର୍ଥିକ ମଞ୍ଜୁର କରାଯାଇ ଏନ୍‌ବିସିସି ନାମକ ଏକ ଠିକା ସଂସ୍ଥା ନେଇଛି। ଅଳ୍ପ କିଛି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଅବଶିଷ୍ଟ ଦୀର୍ଘବର୍ଷ ହେବ ପଡ଼ିରହିଛି। ଏହି ରାସ୍ତା କାର୍ଯ୍ୟ କରିବା ପାଇଁ ବାରମ୍ବାର ଅଭିଯୋଗ ମଧ୍ୟ ହୋଇପାରୁନାହିଁ। ତୁମୁଡିବନ୍ଧ ବ୍ଳକ ସଦରମହକୁମାକୁ ଯିବା ପାଇଁ ଏକ ମାତ୍ର ରାସ୍ତା ଅଟେ। ହେଲେ ରାସ୍ତାର ବିଭିନ୍ନ ସ୍ଥାନରେ କାଦୁଅ ହୋଇଯାଏ। ଯାହାଫଳରେ ଦୁଇଚକିଆ ଯାନଠାରୁ ଆରମ୍ଭ କରି ବସ୍‌ ମଧ୍ୟ ଯାଇ ପାରେନାହିଁ। ସେହିପରି ମୁଖ୍ୟମନ୍ତ୍ରୀ ବସ୍‌ ମଧ୍ୟ ସେହି ଭଣ୍ଡରଙ୍ଗିଠାରୁ ଫେରିଆସେ। ବିକଳ୍ପ ରାସ୍ତା ମଧ୍ୟ ନାହିଁ କି ବ୍ଲକ ସଦରମହକୁମାକୁ ଆସିବା ପାଇଁ। ତୁମୁଡିବନ୍ଧଠାରୁ ଭଣ୍ଡରଙ୍ଗି ପର୍ଯ୍ୟନ୍ତ ବସ୍‌ ଯିବା ଆସିବା କରୁଛି ହେଲେ ଝିରିପାଣି ଯାଇ ପାରୁନାହିଁ । ଭଣ୍ଡ ରଙ୍ଗି ଓ ଝିରିପାଣି ପଞ୍ଚାୟତର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ସ୍ବାସ୍ଥ୍ୟ ଖରାପ ହେଲେ ୧୦୮ ଆମ୍ବୁଲାନ୍ସ ସେବାରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଭଣ୍ଡରଙ୍ଗି ସରପଞ୍ଚ ଅନନ୍ତ ପାତ୍ର ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି କରିଛନ୍ତି। ରାସ୍ତାକାର୍ଯ୍ୟ କରାଯିବା ଏବଂ ବର୍ଷାଦିନରେ ଲୋକଙ୍କ ଯିବା ଆସିବା ପାଇଁ ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନ ପାଇଁ ସେ ଚେତାବନୀ ଦେଇଛନ୍ତି।

The post ‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ appeared first on Dharitri Odia News.