ମୋଦିଙ୍କୁ ଭେଟିବା ପରେ ବଡ଼ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୯।୧୧: ଆସନ୍ତା ବର୍ଷ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଉପରେ ଆଲୋଚନା ଆରମ୍ଭ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଏନେଇ ସୂଚୁନା ଦେଇଛନ୍ତି। ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ପରେ ସେ ଏହି ଘୋଷଣା କରିଛନ୍ତି। ଷ୍ଟାରମର୍‌ ଏବଂ ମୋଦିଙ୍କ ସାକ୍ଷାତ ପରେ ଡାଉନିଂ ଷ୍ଟ୍ରିଟ କହିଛି ଯେ, ବ୍ରିଟେନ ଭାରତ ସହ ଏକ ନୂତନ ରଣନୀତିକ ଭାଗିଦାରୀ ଗଠନ କରିବାକୁ ଚେଷ୍ଟା କରିବ। […] The post ମୋଦିଙ୍କୁ ଭେଟିବା ପରେ ବଡ଼ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ମୋଦିଙ୍କୁ ଭେଟିବା ପରେ ବଡ଼ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୯।୧୧: ଆସନ୍ତା ବର୍ଷ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଉପରେ ଆଲୋଚନା ଆରମ୍ଭ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଏନେଇ ସୂଚୁନା ଦେଇଛନ୍ତି। ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ପରେ ସେ ଏହି ଘୋଷଣା କରିଛନ୍ତି। ଷ୍ଟାରମର୍‌ ଏବଂ ମୋଦିଙ୍କ ସାକ୍ଷାତ ପରେ ଡାଉନିଂ ଷ୍ଟ୍ରିଟ କହିଛି ଯେ, ବ୍ରିଟେନ ଭାରତ ସହ ଏକ ନୂତନ ରଣନୀତିକ ଭାଗିଦାରୀ ଗଠନ କରିବାକୁ ଚେଷ୍ଟା କରିବ। ଏଥିରେ ବାଣିଜ୍ୟ ଚୁକ୍ତି, ସୁରକ୍ଷା, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଜଳବାୟୁ ପରିବର୍ତ୍ତନ ଭଳି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ।

ଷ୍ଟାରମର ମୁଖପାତ୍ର କହିଛନ୍ତି, ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ। ଭାରତ ସହିତ ଏକ ଏଫ୍‌ଟିଏ ବୁଝାମଣା କରିବାକୁ ବ୍ରିଟେନ ପ୍ରତିଶ୍ରୁତିବଦ୍ଧ। ଭାରତ ସହିତ ଏକ ନୂତନ ଏଫ୍‌ଟିଏ ବ୍ରିଟେନରେ ଚାକିରି ଏବଂ ସମୃଦ୍ଧି ବୃଦ୍ଧି କରିବ ଏବଂ ଆମ ଦେଶକୁ ଅଭିବୃଦ୍ଧି ଏବଂ ସୁଯୋଗ ଆଣିବା ପାଇଁ ଆମର ମିଶନରେ ଏକ ପଦକ୍ଷେପ ଗ୍ରହଣ କରିବ।

The post ମୋଦିଙ୍କୁ ଭେଟିବା ପରେ ବଡ଼ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ appeared first on Dharitri Odia News.