ଯୁବ ନ୍ୟାୟ : ଲୋକସଭା ନିର୍ବାଚନ ପୂର୍ବରୁ ଯୁବଗୋଷ୍ଠୀ, କୃଷକଙ୍କୁ କଂଗ୍ରେସର ୫ ପ୍ରତିଶ୍ରୁତି
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଯୁବ ଭୋଟର ଏବଂ କୃଷକଙ୍କୁ ଲୋଭାନ୍ବିତ କରିବାପାଇଁ ୫ ଟି ପ୍ରତିଶ୍ରୁତି ଦେଇଛି। ରାଜସ୍ଥାନର ବନୱାଡ଼ାରେ ଏକ ରାଲିରେ ଉଦବୋଧନ ଦେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରତିଜ୍ଞା କରିଛନ୍ତି ଯେ କଂଗ୍ରେସ ଯଦି ଆସନ୍ତା ଲୋକସଭା ନିର୍ବାଚନରେ କ୍ଷମତାକୁ ଆସେ ତେବେ ଖାଲି ପଡ଼ିଥିବା ୩୦ ଲକ୍ଷ ସରକାରୀ ପଦବୀ ପୂରଣ ହେବ। ଏଥିସହ ସରକାରୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାପାଇଁ ଏକ ଆଇନ ଆସିବ। ଯୁବକଙ୍କ […]

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଯୁବ ଭୋଟର ଏବଂ କୃଷକଙ୍କୁ ଲୋଭାନ୍ବିତ କରିବାପାଇଁ ୫ ଟି ପ୍ରତିଶ୍ରୁତି ଦେଇଛି। ରାଜସ୍ଥାନର ବନୱାଡ଼ାରେ ଏକ ରାଲିରେ ଉଦବୋଧନ ଦେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରତିଜ୍ଞା କରିଛନ୍ତି ଯେ କଂଗ୍ରେସ ଯଦି ଆସନ୍ତା ଲୋକସଭା ନିର୍ବାଚନରେ କ୍ଷମତାକୁ ଆସେ ତେବେ ଖାଲି ପଡ଼ିଥିବା ୩୦ ଲକ୍ଷ ସରକାରୀ ପଦବୀ ପୂରଣ ହେବ। ଏଥିସହ ସରକାରୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାପାଇଁ ଏକ ଆଇନ ଆସିବ। ଯୁବକଙ୍କ ପାଇଁ ନ୍ୟାୟ ତଥା ‘ଯୁବ ନ୍ୟାୟ’ ନାଁରେ କଂଗ୍ରେସ ୫ଟି ପ୍ରତିଶ୍ରୁତି ଦେଇଛି। ଏକ୍ସରେ ଏକ ପୋଷ୍ଟ୍ କରି କଂଗ୍ରେସ ୫ଟି ପ୍ରତିଶ୍ରୁତି ସଂକ୍ରାନ୍ତରେ ଜଣାଇଛି ଏବଂ ଏଗୁଡ଼ିକ ହେଉଛି – ୩୦ ଲକ୍ଷ ସରକାରୀ ପଦ ପୂରଣ କରିବା। ଯୁବ ପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ଦେବ। ପେପର୍ ଲିକ୍ ବିରୋଧରେ ଆଇନ ଆଣିବ। ଗିଗ୍ ୱାର୍କରଙ୍କୁ ସାମାଜିକ ସୁରକ୍ଷା ପ୍ରତିଶ୍ରୁତି । ବଂସୱାଡ଼ାରେ ରାହୁଲ କହିଛନ୍ତି, ଭାରତରେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି। ମୋଦୀ ଏହି ଆସନ ଗୁଡ଼ିକୁ ପୂରଣ କଲେନି। ତେବେ ଆମେ କ୍ଷମତାକୁ ଆସିବାପରେ ଏହି ଆସନ ଗୁଡ଼ିକୁ ପୂରଣ କରିବା ଆମର ପ୍ରଥମ କାମ ହେବ। ଉଲ୍ଲେଖଯୋଗ୍ୟ ଯେ ଆଜି ସନ୍ଧ୍ୟାରେ କଂଗ୍ରେସ ଏହାର ପ୍ରାର୍ଥୀ ତାଲିକା ଜାରି କରିପାରେ।