ରାଜ୍ୟମାନଙ୍କୁ କେନ୍ଦ୍ରର ବୋନସ: ୧.୭୮ ଟ୍ରିଲିଅନର ଟ୍ୟାକ୍ସ ଡିଭୋଲ୍ୟୁସନ ଜାରି, ଓଡ଼ିଶା ଭାଗକୁ କେତେ ?

ନୂଆଦିଲ୍ଲୀ: ପାର୍ବଣ ସମୟରେ ରାଜ୍ୟମାନଙ୍କୁ କେନ୍ଦ୍ରର ବୋନସ। ୧.୭୮ ଟ୍ରିଲିଅନର ଟ୍ୟାକ୍ସ ଡିଭୋଲ୍ୟୁସନ(ରାଜସ୍ୱ ଟ୍ୟାକ୍ସ) ରାଶି ଜାରି କଲେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।ଅର୍ଥମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତୀରେ କହିଛି ଯେ ୧୦ ଅକ୍ଟୋବର ୨୦୨୪ରେ କେନ୍ଦ୍ର ସରକାର ରାଜ୍ୟକୁ ୧,୭୮,୧୭୩ କୋଟି ଟଙ୍କା ଟିକସ ବିନିଯୋଗ(ଟ୍ୟାକ୍ସ ଡିଭୋଲ୍ୟୁସନ) ଭାବରେ ପ୍ରଦାନ କରିଛନ୍ତି। ସାଧାରଣତଃ ମାସିକ ଟ୍ୟାକ୍ସ ଡିଭୋଲ୍ୟୁସ ୮୯,୦୮୬.୫୦ କୋଟି ଟଙ୍କା ହୁଏ। କିନ୍ତୁ ପାର୍ବଣ ସମୟରେ ରାଜ୍ୟ ସରକାର ପୁଞ୍ଜି ବ୍ୟୟକୁ ତ୍ୱରାନ୍ୱିତ କରିପାରିବେ ଏବଂ ବିକାଶ ତଥା ଲାଭଦାୟକ ଯୋଜନା ପାଇଁ ଖର୍ଚ୍ଚ ପାଇଁ ରାଜ୍ୟମାନଙ୍କୁ ଟ୍ୟାକ୍ସ ଡିଭୋଲ୍ୟୁସନର ଏକ କିସ୍ତି ଅଗ୍ରୀମ ପ୍ରଦାନ କରାଯାଉଛି।ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୧,୭୮,୧୭୩ କୋଟି ଟଙ୍କାର ରାଜସ୍ୱ ମଧ୍ୟରୁ ସର୍ବାଧିକ ଅର୍ଥ ୩୧,୯୬୨ କୋଟି ଉତ୍ତରପ୍ରଦେଶକୁ ଦିଆଯାଇଛି।ବିହାରକୁ ୧୭,୯୨୧ କୋଟି, ମଧ୍ୟପ୍ରଦେଶକୁ ୧୩,୯୮୭ କୋଟି, ପଶ୍ଚିମବଙ୍ଗକୁ ୧୩,୪୦୪ କୋଟି, ମହାରାଷ୍ଟ୍ରକୁ ୧୧,୩୫୫ କୋଟି, ରାଜସ୍ଥାନକୁ ୧୦,୭୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି।ଏହା ବ୍ୟତୀତ ତାମିଲନାଡୁରେ ୭,୨୬୮ କୋଟି, ଓଡ଼ିଶାକୁ ୮୦୬୮ କୋଟି, କର୍ଣ୍ଣାଟକକୁ ୬୪୯୮ କୋଟି, ଆନ୍ଧ୍ରପ୍ରଦେଶକୁ ୭୨୧୧ କୋଟି ଏବଂ ପଞ୍ଜାବକୁ ୩୨୨୦ କୋଟି ଟଙ୍

ରାଜ୍ୟମାନଙ୍କୁ କେନ୍ଦ୍ରର ବୋନସ: ୧.୭୮ ଟ୍ରିଲିଅନର ଟ୍ୟାକ୍ସ ଡିଭୋଲ୍ୟୁସନ ଜାରି, ଓଡ଼ିଶା ଭାଗକୁ କେତେ ?

ନୂଆଦିଲ୍ଲୀ: ପାର୍ବଣ ସମୟରେ ରାଜ୍ୟମାନଙ୍କୁ କେନ୍ଦ୍ରର ବୋନସ। ୧.୭୮ ଟ୍ରିଲିଅନର ଟ୍ୟାକ୍ସ ଡିଭୋଲ୍ୟୁସନ(ରାଜସ୍ୱ ଟ୍ୟାକ୍ସ) ରାଶି ଜାରି କଲେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।
ଅର୍ଥମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତୀରେ କହିଛି ଯେ ୧୦ ଅକ୍ଟୋବର ୨୦୨୪ରେ କେନ୍ଦ୍ର ସରକାର ରାଜ୍ୟକୁ ୧,୭୮,୧୭୩ କୋଟି ଟଙ୍କା ଟିକସ ବିନିଯୋଗ(ଟ୍ୟାକ୍ସ ଡିଭୋଲ୍ୟୁସନ) ଭାବରେ ପ୍ରଦାନ କରିଛନ୍ତି। ସାଧାରଣତଃ ମାସିକ ଟ୍ୟାକ୍ସ ଡିଭୋଲ୍ୟୁସ ୮୯,୦୮୬.୫୦ କୋଟି ଟଙ୍କା ହୁଏ। କିନ୍ତୁ ପାର୍ବଣ ସମୟରେ ରାଜ୍ୟ ସରକାର ପୁଞ୍ଜି ବ୍ୟୟକୁ ତ୍ୱରାନ୍ୱିତ କରିପାରିବେ ଏବଂ ବିକାଶ ତଥା ଲାଭଦାୟକ ଯୋଜନା ପାଇଁ ଖର୍ଚ୍ଚ ପାଇଁ ରାଜ୍ୟମାନଙ୍କୁ ଟ୍ୟାକ୍ସ ଡିଭୋଲ୍ୟୁସନର ଏକ କିସ୍ତି ଅଗ୍ରୀମ ପ୍ରଦାନ କରାଯାଉଛି।

ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୧,୭୮,୧୭୩ କୋଟି ଟଙ୍କାର ରାଜସ୍ୱ ମଧ୍ୟରୁ ସର୍ବାଧିକ ଅର୍ଥ ୩୧,୯୬୨ କୋଟି ଉତ୍ତରପ୍ରଦେଶକୁ ଦିଆଯାଇଛି।ବିହାରକୁ ୧୭,୯୨୧ କୋଟି, ମଧ୍ୟପ୍ରଦେଶକୁ ୧୩,୯୮୭ କୋଟି, ପଶ୍ଚିମବଙ୍ଗକୁ ୧୩,୪୦୪ କୋଟି, ମହାରାଷ୍ଟ୍ରକୁ ୧୧,୩୫୫ କୋଟି, ରାଜସ୍ଥାନକୁ ୧୦,୭୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହା ବ୍ୟତୀତ ତାମିଲନାଡୁରେ ୭,୨୬୮ କୋଟି, ଓଡ଼ିଶାକୁ ୮୦୬୮ କୋଟି, କର୍ଣ୍ଣାଟକକୁ ୬୪୯୮ କୋଟି, ଆନ୍ଧ୍ରପ୍ରଦେଶକୁ ୭୨୧୧ କୋଟି ଏବଂ ପଞ୍ଜାବକୁ ୩୨୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। 

ସେହିପରି ଛତିଶଗଡକୁ ୬୦୭୦ କୋଟି ଟଙ୍କା ,ଝାଡ଼ଖଣ୍ଡକୁ ୫୯୮୯୨ କୋଟି ଟଙ୍କା, ଗୁଜୁରାଟକୁ ୬୧୯୭ କୋଟି ଟଙ୍କା, ଆସାମକୁ ୫୫୭୩ କୋଟି ଟଙ୍କା ଟ୍ୟାକ୍ସ ଡିଭୋଲ୍ୟୁସନ ଜାରି କରାଯାଇଛି।