ରୟାଲ ଏନଫିଲ୍ଡ ହଣ୍ଟର ୩୫୦ର ବିକ୍ରି ମାଇଲଖୁଣ୍ଟ

ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ରୟାଲ ଏନଫିଲ୍ଡର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍‌ ରୋଡଷ୍ଟର ହଣ୍ଟର ୩୫୦କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏହି ମଡେଲ ୫,୦୦,୦୦୦ ବିକ୍ରି ପଞ୍ଜିକରଣର ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୨ ଅଗଷ୍ଟରେ ଏହି ମଡେଲର ଶୁଭାରମ୍ଭ ହୋଇଥିବାବେଳେ ଦ୍ରୁତ ଗତିରେ ଏହାର ବ୍ରିକି ବୃଦ୍ଧି ପାଉଛି। ବ୍ରାଣ୍ଡର ମୋଟରସାଇକେଲ ମଡେଲଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ହୋଇଥିଲାବେଳେ ସାରା ବିଶ୍ୱରେ ଏହାର ୫୦ ଲକ୍ଷ ସନ୍ତୁଷ୍ଟ ମାଲିକ/ଗ୍ରାହକ ରହିଛନ୍ତି। ସହରାଞ୍ଚଳ ଭ୍ରମଣକାରୀ […] The post ରୟାଲ ଏନଫିଲ୍ଡ ହଣ୍ଟର ୩୫୦ର ବିକ୍ରି ମାଇଲଖୁଣ୍ଟ appeared first on Dharitri Odia News.

ରୟାଲ ଏନଫିଲ୍ଡ ହଣ୍ଟର ୩୫୦ର ବିକ୍ରି ମାଇଲଖୁଣ୍ଟ

ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ରୟାଲ ଏନଫିଲ୍ଡର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍‌ ରୋଡଷ୍ଟର ହଣ୍ଟର ୩୫୦କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏହି ମଡେଲ ୫,୦୦,୦୦୦ ବିକ୍ରି ପଞ୍ଜିକରଣର ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୨ ଅଗଷ୍ଟରେ ଏହି ମଡେଲର ଶୁଭାରମ୍ଭ ହୋଇଥିବାବେଳେ ଦ୍ରୁତ ଗତିରେ ଏହାର ବ୍ରିକି ବୃଦ୍ଧି ପାଉଛି। ବ୍ରାଣ୍ଡର ମୋଟରସାଇକେଲ ମଡେଲଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ହୋଇଥିଲାବେଳେ ସାରା ବିଶ୍ୱରେ ଏହାର ୫୦ ଲକ୍ଷ ସନ୍ତୁଷ୍ଟ ମାଲିକ/ଗ୍ରାହକ ରହିଛନ୍ତି। ସହରାଞ୍ଚଳ ଭ୍ରମଣକାରୀ ଏବଂ ନୂତନ ଯୁଗର ରାଇଡର୍ସଙ୍କ ପାଇଁ ପ୍ରସ୍ତୁତ ଏହି ମଡେଲ ହଣ୍ଟର ୩୫୦ ରୟାଲ ଏନଫିଲ୍ଡର ଡିଏନଏ ସହିତ ଫୂର୍ତି, ଷ୍ଟାଇଲ ଏବଂ ଆନନ୍ଦକୁ ଏକତ୍ର କରିଛି। ସେହିଭଳି ଏହାର କୁଲ ଷ୍ଟାଇଲିଂ, ଗତିଶୀଳ ପ୍ରଦର୍ଶନ ଏବଂ ଆଧୁନିକ-ରେଟ୍ରୋ ଆକର୍ଷଣ ସହିତ ହଣ୍ଟର ୩୫୦ ଯୁବ ରାଇଡର୍ସଙ୍କର ପସନ୍ଦ ପାଲଟିଛି। ହଣ୍ଟର ୩୫୦ର ବ୍ୟାପକ ଲୋକପ୍ରିୟତା ଉଭୟ ଭାରତ ଏବଂ ବିଶ୍ୱର ବିଭିନ୍ନ ବଜାରରେ ଏହାର ବିସ୍ତୃତ ଆକର୍ଷଣର ଏକ ପ୍ରମାଣ। ଏକ କମ୍ପ୍ୟାକ୍ଟ, ଚମକତ୍ାର ଏବଂ ସୁବିଧା ଯୁକ୍ତ ମୋଟରସାଇକେଲ ଚାହୁଁଥିବା ଚାଳକଙ୍କ ପାଇଁ ଏହା ଏକ ପସନ୍ଦ ଭାବେ ଉଭା ହୋଇଛି, ଯାହା ଦୈନନ୍ଦିନ ବ୍ୟବହାରିକତାକୁ ଶୁଦ୍ଧ ମୋଟର ସାଇକେଲ ଚାଳନାର ରୋମାଞ୍ଚ ସହିତ ସହଜରେ ଯୋଡିଥାଏ।
ଏ ସମ୍ପର୍କରେ ରୟାଲ ଏନଫିଲ୍ଡର ମୁଖ୍ୟ ବାଣିଜି୍ୟକ ଅଧିକାରୀ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି, ହଣ୍ଟର ୩୫୦ ପ୍ରକୃତରେ ସହରାଞ୍ଚଳ ଏବଂ ଗତିଶୀଳ ପରିବେଶରେ ଯାତ୍ରା କରିବାର ଅର୍ଥକୁ ପୁନଃନିର୍ଦ୍ଧାରଣ କରିଛି। ଅଳ୍ପ ସମୟ ମଧ୍ୟରେ ୫,୦୦,୦୦୦ ବିକ୍ରି ମାଇଲଖୁଣ୍ଟରେ ପହଞ୍ଚତ୍ବା ହଣ୍ଟର ୩୫୦ ପ୍ରତି ଆମ ଗ୍ରାହକଙ୍କ ସୀମାହୀନ ଭଲପାଇବା ଏବଂ ବିଶ୍ୱାସର ପ୍ରତିଫଳନ ପାଲଟିଛି।

The post ରୟାଲ ଏନଫିଲ୍ଡ ହଣ୍ଟର ୩୫୦ର ବିକ୍ରି ମାଇଲଖୁଣ୍ଟ appeared first on Dharitri Odia News.