ଲାଓସରେ ମୋଦି-ଟ୍ରୁଡୋଙ୍କ ଭେଟ; କାନାଡିୟଙ୍କ ସୁରକ୍ଷା ନେଇ ଆଲୋଚନା

ନୂଆଦିଲ୍ଲୀ: ଲାଓସରେ ଅନୁଷ୍ଠିତ ଏସିଆନ ଶିଖର ସମ୍ମିଳନୀରେ ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କାନାଡିୟ ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ। କିନ୍ତୁ ଟ୍ରୁଡୋ କାନାଡିୟଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଗତାକାଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ୨୦୨୩ରେ କାନାଡାରେ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ କାନାଡା ଭାରତକୁ ଦୋଷାରୋପ କରିବା ପରେ ଦୁଇ […]

ଲାଓସରେ ମୋଦି-ଟ୍ରୁଡୋଙ୍କ ଭେଟ; କାନାଡିୟଙ୍କ ସୁରକ୍ଷା ନେଇ ଆଲୋଚନା

ନୂଆଦିଲ୍ଲୀ: ଲାଓସରେ ଅନୁଷ୍ଠିତ ଏସିଆନ ଶିଖର ସମ୍ମିଳନୀରେ ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କାନାଡିୟ ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ। କିନ୍ତୁ ଟ୍ରୁଡୋ କାନାଡିୟଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଗତାକାଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ୨୦୨୩ରେ କାନାଡାରେ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ କାନାଡା ଭାରତକୁ ଦୋଷାରୋପ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ, ଦୁଇ ଦେଶକୁ କେଉଁ କାର୍ଯ୍ୟ କରିବାକୁ ହେବ ସେ ଉପରେ ଆଲୋଚନା କରିଛୁ। କିନ୍ତୁ ଆମେ କେଉଁ ପ୍ରସଙ୍ଗ ଉପରେ କଥା ହୋଇଛୁ ସେ ବାବଦରେ ସବିଶେଷ ତଥ୍ୟ ଦେଇ ପାରୁନାହିଁ। ତଥାପି ମୁଁ ଏକାଧିକ ବାର କାନାଡିୟଙ୍କ ସୁରକ୍ଷା ଉପରେ ଫୋକସ୍ କରିଛି। ଏହା କୌଣସି ବି କାନାଡା ସରକାରଙ୍କ ଦାୟିତ୍ୱ ବୋଲି ଟ୍ରୁଡୋ କହିଛନ୍ତି। କିନ୍ତୁ ଭାରତର ସରକାରୀ ସୂତ୍ରରୁ ପ୍ରକାଶ ରିପୋର୍ଟ ଏହାକୁ ଖଣ୍ଡନ କରିଛି। ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ମୁହାଁମୁହିଁ ହୋଥିଲେ ମଧ୍ୟ ଏପରି ପ୍ରସଙ୍ଗ ଉପରେ ଆଲୋଚନା ହୋଇନଥିବା କୁହାଯାଇଛି।