ସମ୍ ପକ୍ଷରୁ ବିଶ୍ୱ ପାର୍କିନସନସ ସପ୍ତାହ ପାଳନ, ଚଳିତ ବର୍ଷର ଥିମ୍ “Driving Change Through Collaboration”
ଭୁବନେଶ୍ୱର ୧୨।୦୪ : ସୋଆ ପକ୍ଷରୁ ବିଶ୍ବ ପାର୍କିନସନସ ସପ୍ତାହ ପାଳିତ। ପାର୍କିନସନସ ରୋଗ ଏକ ଗତି ସମ୍ବନ୍ଧୀୟ ରୋଗ। ଯେଉଁଥିରେ ଆପଣଙ୍କର ଚାଲିବା ଗତି ଧିମା ହୋଇଯିବା । ହାତ ଗୋଡ ଥରିବା। ଭାବିବା ଶକ୍ତି କମିଯିବା ଭଳି ଲକ୍ଷଣ ପରିଲକ୍ଷିତ ହେବ। ମୁଖ୍ୟତଃ ଏହି ରୋଗ ୬୦ ରୁ ଉର୍ଦ୍ଧ୍ବ ବୟସ୍କଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବେଳେ ଏବେ ୪୦ରୁ ୪୫ ବୟସ ଯୁବକଙ୍କ ମଧ୍ୟରେ ମଧ୍ୟ ଦେଖା ଦେଲାଣି । ତେବେ ଚଳିତ ବର୍ଷର ଥିମ୍ ରହିଛି "Driving Change Through Collaboration " । ଏହି ଅବସରରେ ସମ୍ ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ସଚେତନତା କାର୍ଯ୍ୟକ୍ରମ। ଏକ ସଚେତନତା ରାଲି ସହିତ ଏହି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିସହ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଏବଂ ନର୍ସଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଯାଇଛି । ସମ୍ ହସ୍ପିଟାଲ୍ ପରିସରରେ ଥିବା କାର୍ଡିଓଲୋଜି ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ ସୁପରିଟେଡେଣ୍ଟ ପୁଷ୍ପରାଜ ସାମନ୍ତ ସିଂହାର ଯୋଗ ଦେଇଥିଲେ । ଏଥିସହ ଉପସ୍ଥିତ ଥିଲେ ନ୍ୟୁରୋଲୋଜି ବିଭାଗର ଏଚଓଡ଼ି ପ୍ରଫେସର ଶ୍ରୀକାନ୍ତ କୁମାର ସାହୁ , ପ୍ରଫେସର ଡ. ଲୁଲୁପ୍ ସାହୁ , ନ୍ୟୁରୋଲୋଜିଷ୍ଟ ଅନିଲ କୁମାର ସାହୁ, ଆସୋସିଏଟ ପ୍ରଫେସର ଶ୍ରୀମନ୍ତ ପଟ୍ଟନାୟକ,
ଭୁବନେଶ୍ୱର ୧୨।୦୪ : ସୋଆ ପକ୍ଷରୁ ବିଶ୍ବ ପାର୍କିନସନସ ସପ୍ତାହ ପାଳିତ। ପାର୍କିନସନସ ରୋଗ ଏକ ଗତି ସମ୍ବନ୍ଧୀୟ ରୋଗ। ଯେଉଁଥିରେ ଆପଣଙ୍କର ଚାଲିବା ଗତି ଧିମା ହୋଇଯିବା । ହାତ ଗୋଡ ଥରିବା। ଭାବିବା ଶକ୍ତି କମିଯିବା ଭଳି ଲକ୍ଷଣ ପରିଲକ୍ଷିତ ହେବ। ମୁଖ୍ୟତଃ ଏହି ରୋଗ ୬୦ ରୁ ଉର୍ଦ୍ଧ୍ବ ବୟସ୍କଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବେଳେ ଏବେ ୪୦ରୁ ୪୫ ବୟସ ଯୁବକଙ୍କ ମଧ୍ୟରେ ମଧ୍ୟ ଦେଖା ଦେଲାଣି ।
ତେବେ ଚଳିତ ବର୍ଷର ଥିମ୍ ରହିଛି "Driving Change Through Collaboration " । ଏହି ଅବସରରେ ସମ୍ ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ସଚେତନତା କାର୍ଯ୍ୟକ୍ରମ। ଏକ ସଚେତନତା ରାଲି ସହିତ ଏହି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିସହ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଏବଂ ନର୍ସଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଯାଇଛି । ସମ୍ ହସ୍ପିଟାଲ୍ ପରିସରରେ ଥିବା କାର୍ଡିଓଲୋଜି ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ ସୁପରିଟେଡେଣ୍ଟ ପୁଷ୍ପରାଜ ସାମନ୍ତ ସିଂହାର ଯୋଗ ଦେଇଥିଲେ । ଏଥିସହ ଉପସ୍ଥିତ ଥିଲେ ନ୍ୟୁରୋଲୋଜି ବିଭାଗର ଏଚଓଡ଼ି ପ୍ରଫେସର ଶ୍ରୀକାନ୍ତ କୁମାର ସାହୁ , ପ୍ରଫେସର ଡ. ଲୁଲୁପ୍ ସାହୁ , ନ୍ୟୁରୋଲୋଜିଷ୍ଟ ଅନିଲ କୁମାର ସାହୁ, ଆସୋସିଏଟ ପ୍ରଫେସର ଶ୍ରୀମନ୍ତ ପଟ୍ଟନାୟକ, ଆସୋସିଏଟ ପ୍ରଫେସର ଡ. ଅନିଲ ସାହୁ ପ୍ରମୁଖ ।