ସର୍ବୋଚ୍ଚ ସ୍ତରରେ ଶେୟାର ବଜାର କାରବାର
ମୁମ୍ବାଇ,୨୬।୯: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍ ମାକେର୍ଟ ପ୍ରଥମ ଥର ପାଇଁ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି ଘରୋଇ ଶେୟାର ବଜାର କାରବାର ବୁଧବାର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର କାରବାର ବୁଧବାର ପ୍ରଥମ ଥର ପାଇଁ ଘରୋଇ ଶେୟାର ବଜାରରେ ନୂଆ କୀର୍ତ୍ତିମାନ ହାସଲ କରିଛି। ଚଳିତ ସପ୍ତାହର ତୃତୀୟ କାର୍ଯ୍ୟ ଦିବସ […] The post ସର୍ବୋଚ୍ଚ ସ୍ତରରେ ଶେୟାର ବଜାର କାରବାର appeared first on Dharitri Odia News.
ମୁମ୍ବାଇ,୨୬।୯: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍ ମାକେର୍ଟ ପ୍ରଥମ ଥର ପାଇଁ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି ଘରୋଇ ଶେୟାର ବଜାର କାରବାର ବୁଧବାର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର କାରବାର ବୁଧବାର ପ୍ରଥମ ଥର ପାଇଁ ଘରୋଇ ଶେୟାର ବଜାରରେ ନୂଆ କୀର୍ତ୍ତିମାନ ହାସଲ କରିଛି। ଚଳିତ ସପ୍ତାହର ତୃତୀୟ କାର୍ଯ୍ୟ ଦିବସ ରେ ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନ୍ସକ୍ସ ୦.୩୦% କାରବାର ସହିତ ୮୫,୧୭୦ ଅଙ୍କରେ ରହିଥିଲାବେଳେ ଏନ୍ଏସ୍ଇ ନିଫ୍ଟି ୦.୨୫% କାରବାର ସହ ୨୬,୦୦୪ ଅଙ୍କରେ କାରବାର ବନ୍ଦ କରିଥିଲା।
ଅପରପକ୍ଷରେ ବୁଧବାର ପ୍ରାରମ୍ଭରୁ ଉଭୟ ବିଏସ୍ଇ ଏବଂ ଏନ୍ଏସ୍ଇର କାରବାର ସବୁଜ ରଙ୍ଗରୁ ଆରମ୍ଭ ହୋଇ ସେହି ସବୁଜ ରଙ୍ଗରେ କାରବାର ବନ୍ଦ ହୋଇଥିଲା। ଏପରିକି କାରବାର ପ୍ରାରମ୍ଭରେ ସେନ୍ସେକ୍ସ ପ୍ରାୟ ୩୩୩ ପଏଣ୍ଟ (୩୩୩.୩୮) ବା ୦.୩୯% ବୃଦ୍ଧି ଘଟି ୮୫,୨୪୭.୪୨ ଅଙ୍କରେ ପହଞ୍ଚତ୍ ଯାଇଥିଲାବେଳେ ନିଫ୍ଟିର କାରବାର ୯୨.୪ ପଏଣ୍ଟ ବା ୦.୩୫% ବୃଦ୍ଧି ହୋଇ ୨୬,୦୩୨.୮୦ ଅଙ୍କ ଛୁଇଁଥିଲା। ସେହିପରି ଚଳିତ ସପ୍ତାହର କାରବାର ଶେଷ ସୁଦ୍ଧା ନିଫ୍ଟି ମିଡକାପ ୩୮୫. ୬୫ ପଏଣ୍ଟ ହ୍ରାସ ଘଟି ୬୦,୪୬୫.୧୫ଅଙ୍କରେ ଥିଲାବେଳେ ନିଫ୍ଟି ସ୍ମଲକାପ ୪୧.୨୫ ପଏଣ୍ଟ କମି ୯୨୯୫.୮୦ ଅଙ୍କରେ ପହଞ୍ଚତ୍ଛି। ଏପରିକି ନିଫ୍ଟି ବ୍ୟାଙ୍କ ୧୩୩.୦୫ ପଏଣ୍ଟ ବୃଦ୍ଧି ପାଇ ୫୪,୧୦୧.୬୫ ଅଙ୍କରେ କାରବାର ବନ୍ଦ କରିଥିଲା।
The post ସର୍ବୋଚ୍ଚ ସ୍ତରରେ ଶେୟାର ବଜାର କାରବାର appeared first on Dharitri Odia News.