ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ
ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି। ଏହି ଜିଲାରେ ସୁନ୍ଦରଗଡ ଲୋକସଭା ଆସନ ସମେତ ୭ଟି ବିଧାନସଭା ଆସନ ପାଇଁ ଭୋଟ।ୟ ଗ୍ରହଣ ଚାଲିଛି। ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ ହୋଇଥିବା ଜିଲା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଭୋଟ ଦେବା ପାଇଁ ସକାଳେ ବୁଥ୍ ଗୁଡିକରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ନିଜର ମତଦାନ ଅଧିକାର […] The post ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ appeared first on Dharitri Odia News.
ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି। ଏହି ଜିଲାରେ ସୁନ୍ଦରଗଡ ଲୋକସଭା ଆସନ ସମେତ ୭ଟି ବିଧାନସଭା ଆସନ ପାଇଁ ଭୋଟ।ୟ ଗ୍ରହଣ ଚାଲିଛି। ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ ହୋଇଥିବା ଜିଲା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଭୋଟ ଦେବା ପାଇଁ ସକାଳେ ବୁଥ୍ ଗୁଡିକରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ବେଶ ଉସାହ ପ୍ରକାଶ ପାଇଛି। କେତେକ ସ୍ଥାନରେ ଇଭିଏମରେ ସାମାନ୍ୟ ତ୍ରୁଟି ପାଇଁ କିଛି ସମୟ ମତଦାନ ଅଟକି ଥିଲା ବେଳେ ପୁଣି ସ୍ବାଭାବିକ ଭାବେ ମତଦାନ ଚାଲିଛି। କେତେକ ସ୍ଥାନରେ ବହୁ ବରିଷ୍ଠ ନାଗରିକ ମାନଙ୍କ ଭୋଟର ତାଲିକା ନ ଥିବାରୂ ସେମାନେ ଭୋଟଦାନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଅନେକ ନୂଆ ଭୋଟରଙ୍କ ନାମ ନିର୍ଦ୍ଧାରିତ ମତଦାନ କେନ୍ଦ୍ରରେ ନ ଥିବା ବେଳେ ଅନ୍ୟ ବୁଥରେ ବାହାରି ଥିବାରୁ ସେମାନେ ଅସନ୍ତୋଷପ୍ରକାଶ କରିଥିବାବେଳେ ଅନେକ ଯୁବ ଭୋଟରଙ୍କ ନାମ ନ ଥିବାରୁ ନିରାଶ ହୋଇ ବୁଥରୁ ଫେରୁଥିବା ଦେଖାଯାଇଥିଲା।
The post ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ appeared first on Dharitri Odia News.