ସୋମାଲିଆ ଉପକୂଳରେ ଧରାପଡିଥିବା ୩୫ ଜଳଦସ୍ୟୁଙ୍କୁନେଇ ମୁମ୍ବାଇ ପହଞ୍ଚିଲା INS କୋଲକାତା

ମୁମ୍ବାଇ ୨୩।୩: ଆରବ ସାଗର ଓ ଏଡେନ ଉପସାଗରରେ ଭାରତୀୟ ନୌସେନାର ଅପରେସନକୁ  ଏକ ବଡ ସଫତା ମିଳିଛି।  ଜଳଦସ୍ୟୁ ନିରୋଧୀ ଅପରେସନରେ ନୌସେନା ସୋମାଲିଆ ଉପକୂଳରୁ ୩୫ ଜଣ ଜଳ ଦସ୍ୟୁଙ୍କୁ ଗିରଫ କରିଛି।  ଗିରଫ ଜଳଦସ୍ୟୁଙ୍କୁ ନେଇ ଯୁଦ୍ଧପୋତ ଆଇଏନଏସ କୋଲକାତା ଶନିବାର ମୁମ୍ବାଇ ପହଞ୍ଚିଥିବା ବେଳେ ସେମାନଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି।ସମୁଦ୍ରରେ ଚଳା ଯାଇଥିବା ଅପରେଶନ ‘ସଂକଳ୍ପ’ କାଳରେ ଏହି ଜଳଦସ୍ୟୁମାନଙ୍କୁ ଧରା ଯାଇଛି। #WATCH महाराष्ट्र: सीमा शुल्क और अप्रवासन की औपचारिकताओं के बाद 35 सोमालियाई समुद्री लुटेरों को मुंबई पुलिस को सौंप दिया गया। 16 मार्च को एक एंटी पाइरेसी ऑपरेशन के बाद भारतीय नौसेना के INS कोलकाता ने समुद्री लुटेरों को पकड़ा था।वीडियो मुंबई के नौसेना डॉकयार्ड से हैं। pic.twitter.com/lRZUy5VKZ0— ANI_HindiNews (@AHindinews) March 23, 2024ଆଇଏନଏସ କୋଲକାତା ଧରାପଡିଥିବା ଜଳଦସ୍ୟୁଙ୍କୁ ଧରି ୨୩ ମାର୍ଚ୍ଚ ଶନିବାର ମୁମ୍ବାଇ ଉପକୂଳକୁ ପହଞ୍ଚିଛି। ଭାରତୀୟ ଆଇନ ବିଶେଷ କରି ସମୁଦ୍ର ଓ ସାମୁଦ୍ରିକ ଡକୈତୀ ରୋଧି ଅଧିନିୟମ ୨୦୨୨ ଅନୁସାରେ ପରବର୍ତ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି। ନୌସେନା ସୀମା ଶୁଳ୍କ ଓ ଇମିଗ୍ରେସନ ଔପଚାରିକତା ପରେ ୩୫ ସୋମାଲିଆ ଜଳଦସ୍ୟ

ସୋମାଲିଆ ଉପକୂଳରେ ଧରାପଡିଥିବା ୩୫ ଜଳଦସ୍ୟୁଙ୍କୁନେଇ ମୁମ୍ବାଇ ପହଞ୍ଚିଲା INS କୋଲକାତା

ମୁମ୍ବାଇ ୨୩।୩: ଆରବ ସାଗର ଓ ଏଡେନ ଉପସାଗରରେ ଭାରତୀୟ ନୌସେନାର ଅପରେସନକୁ  ଏକ ବଡ ସଫତା ମିଳିଛି।  ଜଳଦସ୍ୟୁ ନିରୋଧୀ ଅପରେସନରେ ନୌସେନା ସୋମାଲିଆ ଉପକୂଳରୁ ୩୫ ଜଣ ଜଳ ଦସ୍ୟୁଙ୍କୁ ଗିରଫ କରିଛି।  ଗିରଫ ଜଳଦସ୍ୟୁଙ୍କୁ ନେଇ ଯୁଦ୍ଧପୋତ ଆଇଏନଏସ କୋଲକାତା ଶନିବାର ମୁମ୍ବାଇ ପହଞ୍ଚିଥିବା ବେଳେ ସେମାନଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି।ସମୁଦ୍ରରେ ଚଳା ଯାଇଥିବା ଅପରେଶନ ‘ସଂକଳ୍ପ’ କାଳରେ ଏହି ଜଳଦସ୍ୟୁମାନଙ୍କୁ ଧରା ଯାଇଛି। 


ଆଇଏନଏସ କୋଲକାତା ଧରାପଡିଥିବା ଜଳଦସ୍ୟୁଙ୍କୁ ଧରି ୨୩ ମାର୍ଚ୍ଚ ଶନିବାର ମୁମ୍ବାଇ ଉପକୂଳକୁ ପହଞ୍ଚିଛି। ଭାରତୀୟ ଆଇନ ବିଶେଷ କରି ସମୁଦ୍ର ଓ ସାମୁଦ୍ରିକ ଡକୈତୀ ରୋଧି ଅଧିନିୟମ ୨୦୨୨ ଅନୁସାରେ ପରବର୍ତ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି। ନୌସେନା ସୀମା ଶୁଳ୍କ ଓ ଇମିଗ୍ରେସନ ଔପଚାରିକତା ପରେ ୩୫ ସୋମାଲିଆ ଜଳଦସ୍ୟୁଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ମାର୍ଚ୍ଚ ୧୬ ତାରିଖ ଦିନ ଆଣ୍ଟି ପାଇରେଟସ୍ ଅପରେସନରେ ଭାରତୀୟ ନୌସେନାର ଆଇଏନଏସ କୋଲକାତା ୩୫ ଜଳଦସ୍ୟୁଙ୍କୁ ଗିରଫ କରିଥିଲା।