ହଠାତ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଟିମ୍ ଇଣ୍ଡିଆର ଏହି ଖେଳାଳି, ବିରାଟଙ୍କ ସହ ଜିତିଥିଲେ ବିଶ୍ୱକପ୍
ନୂଆଦିଲ୍ଲୀ,୨୮।୧୧: ବର୍ତ୍ତମାନ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ଖେଳାଳି ଦଳ ପାଇଁ ଅନ୍ତିମ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ରେ ଖେଳିଥିଲେ। ସେବେଠାରୁ ଏହି ଖେଳାଳି ଟିମ୍ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ। ଏବେ ସେ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ନିଜର ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟ ଟିମ୍ର ଦ୍ରୁତ ବୋଲର ସିଦ୍ଧାର୍ଥ […] The post ହଠାତ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଟିମ୍ ଇଣ୍ଡିଆର ଏହି ଖେଳାଳି, ବିରାଟଙ୍କ ସହ ଜିତିଥିଲେ ବିଶ୍ୱକପ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୧୧: ବର୍ତ୍ତମାନ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ଖେଳାଳି ଦଳ ପାଇଁ ଅନ୍ତିମ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ରେ ଖେଳିଥିଲେ। ସେବେଠାରୁ ଏହି ଖେଳାଳି ଟିମ୍ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ। ଏବେ ସେ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ନିଜର ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି।
ଭାରତୀୟ କ୍ରିକେଟ ଟିମ୍ର ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଦଳ ପାଇଁ ୩ ଦିନିକିଆ ଏବଂ ୩ ଟି୨୦ ମ୍ୟାଚ୍ ଖେଳିଛନ୍ତି। ଏହାଛଡ଼ା ସେ ଆଇପିଏଲ୍ ମଧ୍ୟ ଖେଳିଛନ୍ତି।
ସିଦ୍ଧାର୍ଥ ଏକ ପୋଷ୍ଟ ଶେୟାର କରି କହିଛନ୍ତି,ଯେବେ ବି ପିଲା ଥିଲି ପଞ୍ଜାବ ମଇଦାନରେ ଖେଳୁଥିଲି, ସେତେବେଳେ ମୋର ଏକ ସ୍ବପ୍ନ ଥିଲା। ନିଜ ଦେଶ ପାଇଁ ଖେଳିବା। ୨୦୧୮ରେ ଭଗବାନଙ୍କ କୃପାରୁ ମୋତେ ସୁଯୋଗ ମିଳିଥିଲା। ଏବେ ସମୟ ଆସିଛି ମୁଁ ଭାରତରେ ନିଜର କ୍ୟାରିୟର ଶେଷ କରିବା ତଥା ନିଜ ସନ୍ନ୍ୟାସ ନେଇ ଘୋଷଣା କରିବା ଉଚିତ। ନିଜ କ୍ୟାରିୟରରେ ସମସ୍ତ ଉତ୍ଥାନ ପତନ ସମୟରେ ଯେଉଁ ଭଲପାଇବା ଏବଂ ସମର୍ଥନ ମିଳିଛି ସେଥିଲାଗି ଧନ୍ୟବାଦ କହିବାକୁ ଶବ୍ଦ ନାହିଁ ବୋଲି ସେ କହିଛନ୍ତି।
କହିରଖୁଛୁ, ଭାରତ ୨୦୦୮ରେ କୋହଲିଙ୍କ ଅଧିନାୟକତ୍ୱରେ ଅଣ୍ଡର ୧୯ ବିଶ୍ୱକପ୍ ଜିତିଥିଲା। ଏଥିରେ ସିଦ୍ଧାର୍ଥ ଉକ୍ତ ଟିମ୍ର ଅଂଶ ଥିଲେ। ଏହାଛଡ଼ା ସେ ବରିଷ୍ଠ ଟିମ୍ରେ ମଧ୍ୟ କୋହଲିଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିଲେ। ଏବେ ନିକଟରେ ସେ ରଣଜୀ ଟ୍ରଫିରେ ଖେଳୁଥିବା ନଜର ଆସିଥିଲେ।
The post ହଠାତ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଟିମ୍ ଇଣ୍ଡିଆର ଏହି ଖେଳାଳି, ବିରାଟଙ୍କ ସହ ଜିତିଥିଲେ ବିଶ୍ୱକପ୍ appeared first on Dharitri Odia News.
(@iamsidkaul)