ହାଇସ୍କୁଲ ଜାଗା ଜବରଦଖଲ ଘଟଣା: ଜବରଦଖଲକାରୀଙ୍କ ଘରେ ଚଢିଲା ବୁଲଡୋଜର

କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଶମ୍ଭୁଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଜବରଦଖଲ କରି ରଖିଥିଲେ। ପ୍ରଶାସନ ପକ୍ଷରୁ ସୋମବାର ଉଚ୍ଛେଦ କରାଯାଇଛି। ସୂଚନା ମତେ, ଡେଙ୍ଗାଗୁଡା ଗ୍ରାମର ଗୌନ୍ତିଆ ସୁଦାମ ଚରଣ ନାଏକ ୧୯୯୩ରେ ସ୍କୁଲ ନିର୍ମାଣ ପାଇଁ ୩ ଏକର ଜମି ଦାନ କରିଥିଲେ। ତେବେ ଗ୍ରାମର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଉକ୍ତ ଜମିକୁ ନିଜର […] The post ହାଇସ୍କୁଲ ଜାଗା ଜବରଦଖଲ ଘଟଣା: ଜବରଦଖଲକାରୀଙ୍କ ଘରେ ଚଢିଲା ବୁଲଡୋଜର appeared first on Dharitri Odia News.

ହାଇସ୍କୁଲ ଜାଗା ଜବରଦଖଲ ଘଟଣା: ଜବରଦଖଲକାରୀଙ୍କ ଘରେ ଚଢିଲା ବୁଲଡୋଜର

କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଶମ୍ଭୁଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଜବରଦଖଲ କରି ରଖିଥିଲେ। ପ୍ରଶାସନ ପକ୍ଷରୁ ସୋମବାର ଉଚ୍ଛେଦ କରାଯାଇଛି।

ସୂଚନା ମତେ, ଡେଙ୍ଗାଗୁଡା ଗ୍ରାମର ଗୌନ୍ତିଆ ସୁଦାମ ଚରଣ ନାଏକ ୧୯୯୩ରେ ସ୍କୁଲ ନିର୍ମାଣ ପାଇଁ ୩ ଏକର ଜମି ଦାନ କରିଥିଲେ। ତେବେ ଗ୍ରାମର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଉକ୍ତ ଜମିକୁ ନିଜର ପୈତୃକ ଜାଗା ଥିବା ଦର୍ଶାଇ ଜବରଦଖଲ କରି ଘର ନିର୍ମାଣ କରିବା ସହ ବାଡ଼ି ବଗିଚା କରି ଦୀର୍ଘ ବର୍ଷ ହେବ ନିଜ ଅକ୍ତିଆରରେ ରଖି ଆସୁଥିଲେ। ଏନେଇ ସ୍କୁଲ ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ଜାଗା ଖାଲି କରିବାକୁ କହିବା ସତ୍ତ୍ୱେ ଜବରଦଖଲକାରୀ ଓଲଟା ସ୍କୁଲ କର୍ତ୍ତୃପକ୍ଷ ଓ କମିଟିର ସଦସ୍ୟଙ୍କୁ ଧମକଚମକ ଦେଇ ଆସୁଥିଲେ। ପରେ ସ୍କୁଲ ପକ୍ଷରୁ ଜବରଦଖଲ କାରୀଙ୍କ ବିରୋଧରେ କୋକସରା ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ପରେ ନୋଟିସ ଦେବାପରେ ମଧ୍ୟ ଜାଗା ଖାଲି କରି ନ ଥିଲେ। ଏନେଇ ଗତ ଜୁଲାଇ ୧୮ ତାରିଖରେ ତହସିଲଦାର ନବୀନ କିଶୋର ପାଢ଼ୀ ପୋଲିସ ଫୋର୍ସ ନେଇ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ବେଳେ ଦଖଲକାରୀ କିଛି ମାସ ସମୟ ମାଗିଥିଲେ।

ତେବେ ପରବର୍ତ୍ତୀ ସମୟରେ ମଧ୍ୟ ଜାଗା ଖାଲି ନ କରିବାରୁ ସୋମବାର କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ସହାୟକ ଜିଲାପାଳ ଅଜିତ କୁମାର ଶବର, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଆମପାଣି ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା, ରାଜସ୍ବ ବିଭାଗ କର୍ମଚାରୀ ଛନ୍ଦା ଚରଣ ଖମାରି, ରାଧା ଗୋବିନ୍ଦ ପଟ୍ଟନାୟକ, ବୈଷ୍ଣବ ଗୁରୁ ପ୍ରମୁଖ ସ୍କୁଲରେ ବୁଲଡୋଜର ନେଇ ପହଞ୍ଚି ଜବରଦଖଲକାରୀ ଅଭିମନ୍ୟୁ ନାଏକଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଥିଲେ। ଘର ଭାଙ୍ଗି ଜାଗାକୁ ଖାଲି କରାଯାଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି।

The post ହାଇସ୍କୁଲ ଜାଗା ଜବରଦଖଲ ଘଟଣା: ଜବରଦଖଲକାରୀଙ୍କ ଘରେ ଚଢିଲା ବୁଲଡୋଜର appeared first on Dharitri Odia News.