୧୧ ବର୍ଷ ପରେ ପ୍ରତିଶ୍ରୁତି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ଶ୍ରୀନଗର,୨୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ଏଠାରେ ସେ ୩୦ ହଜାର କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ସେପଟେ ପିଏମ ମୋଦିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଡିସେମ୍ବର ୨୦୧୩ର ବୋଲି ଜଣାପଡିଛି। ଯେତେବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ମୋଦି ଲାଲକର ସମାବେଶକୁ ସମ୍ବୋଧିତ କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଜମ୍ମୁରେ ଆଇଆଇଟି ଏବଂ […] The post ୧୧ ବର୍ଷ ପରେ ପ୍ରତିଶ୍ରୁତି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

୧୧ ବର୍ଷ ପରେ ପ୍ରତିଶ୍ରୁତି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ଶ୍ରୀନଗର,୨୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ଏଠାରେ ସେ ୩୦ ହଜାର କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ସେପଟେ ପିଏମ ମୋଦିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଡିସେମ୍ବର ୨୦୧୩ର ବୋଲି ଜଣାପଡିଛି। ଯେତେବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ମୋଦି ଲାଲକର ସମାବେଶକୁ ସମ୍ବୋଧିତ କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଜମ୍ମୁରେ ଆଇଆଇଟି ଏବଂ ଆଇଆଇଏମ ରହିବା ଉଚିତ ନୁହେଁ କି? ଏଠାରେ ଥିବା ଯୁବକମାନେ ଅଧ୍ୟୟନ କରି ଦୁନିଆରେ ନାମ ଅର୍ଜନ କରିପାରିବେ ନାହିଁ କି? କିନ୍ତୁ ଜମ୍ମୁ କଶ୍ମୀର ସରକାର କିମ୍ବା ଦିଲ୍ଲୀ ସରକାର ଜମ୍ମୁ କଶ୍ମୀରରେ ଶିକ୍ଷାନୁଷ୍ଠାନର ବିକାଶ ଉପରେ ବିଶ୍ୱାସ କରନ୍ତି ନାହିଁ! ୧୧ ବର୍ଷ ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ବାସ୍ତବରେ ପରିଣତ ହୋଇଛି। ୨୦୧୩ ପରଠାରୁ ମୌଲାନା ଆଜାଦ ଷ୍ଟାଡିୟମରେ ଏହା ତାଙ୍କର ତୃତୀୟ ସର୍ବସାଧାରଣ କାର୍ଯ୍ୟକ୍ରମ।
ପ୍ରଧାନମନ୍ତ୍ରୀ ମୋଦି ଆଜି ଜମ୍ମୁ ବିଜୟପୁର (ସାମ୍ବା) ଏମ୍ସର ଉଦଘାଟନ କରିଛନ୍ତି। ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ମୂଳଦୁଆ ପକାଇଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆଇଆଇଟି ଜମ୍ମୁର ଏକାଡେମିକ କ୍ୟାମ୍ପସ ଏବଂ ହଷ୍ଟେଲ କୋଠାକୁ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଆଇଆଇଏମ ଜମ୍ମୁର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିଥିଲେ। ଜମ୍ମୁ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂ ଏବଂ ଜମ୍ମୁରେ ‘କମନ ୟୁଜର ଫାସିଲିଟି ପେଟ୍ରୋଲିୟମ ଡିପୋ’ର ମୂଳଦୁଆ ପକାଇଛନ୍ତି।

 

The post ୧୧ ବର୍ଷ ପରେ ପ୍ରତିଶ୍ରୁତି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.