୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ କରିଛି। ଆର୍ଥିକ ବର୍ଷ ୨୦୪୭-୪୮ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଭାରତର ଆର୍ଥିକ ଦାୟିତ୍ୱ ଢାଞ୍ଚାରେ ସଂସ୍କାର ଆଣିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବା ସହ ଗ୍ରାମୀଣ ଚାହିଦା ସ୍ଥିର ରହିଛି ବୋଲି ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ କହିଛି। ୨ […] The post ୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ appeared first on Dharitri Odia News.

୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ କରିଛି। ଆର୍ଥିକ ବର୍ଷ ୨୦୪୭-୪୮ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଭାରତର ଆର୍ଥିକ ଦାୟିତ୍ୱ ଢାଞ୍ଚାରେ ସଂସ୍କାର ଆଣିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବା ସହ ଗ୍ରାମୀଣ ଚାହିଦା ସ୍ଥିର ରହିଛି ବୋଲି ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ କହିଛି। ୨ ଚକିଆ ଯାନ ଏବଂ ୩ ଚକିଆ ଯାନ ବିକ୍ରି ଏବଂ ଘରୋଇ ଟ୍ରାକ୍ଟର ବିକ୍ରି କ୍ଷେତ୍ରରେ ଅକ୍ଟୋବରରେ ୨୩.୨% ଏବଂ ନଭେମ୍ବରରେ ୯.୮% ବୃଦ୍ଧିରୁ ଏହା ସ୍ପଷ୍ଟ ହୋଇଛି। ଅର୍ଥ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି, ସହରାଞ୍ଚଳର ଚାହିଦା ବୃଦ୍ଧି ପାଉଛି। ୨୦୨୪ ଅକ୍ଟୋବର-ନଭେମ୍ବରରେ ଯାତ୍ରୀବାହୀ ଯାନ ବିକ୍ରି ଗତ ବର୍ଷ ତୁଳନାରେ ୧୩.୪% ବୃଦ୍ଧି ପାଇଛି ଏବଂ ଘରୋଇ ବିମାନ ଯାତ୍ରୀଙ୍କ ଯାତାୟାତରେ ମଧ୍ୟ ଅଭିବୃଦ୍ଧି ଘଟିଛି। ଫଳସ୍ବରୂପ ୨୦୨୫ ଆର୍ଥିକ ବର୍ଷରେ ବାସ୍ତବ କ୍ଷେତ୍ରରେ ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ ବୋଲି ଅର୍ଥ ମନ୍ତ୍ରଣାଳୟ ଆଶା କରାଯାଉଛି। ଚଳିତ ଆର୍ଥିକ ବର୍ଷର ୨୦୨୪-୨୫ ଜୁଲାଇର ଦ୍ୱିତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୭ ତ୍ରୈମାସିକରେ ସର୍ବନିମ ୍ନ ସ୍ତରକୁ ୫.୪%କୁ ଖସି ଆସିଛି। ପୂର୍ବ ତ୍ରୈମାସରେ ଆର୍ଥିକ ଅଭିବୃଦ୍ଧି ହାର ୬.୭% ଥିଲା। ଏହି କାରଣରୁ ଆଗାମୀ ତ୍ରୈମାସିକ ପାଇଁ ଆନୁମାନିକ ଅଭିବୃଦ୍ଧି ହାର ଗୁରୁତ୍ୱପୂର୍ଣ୍ଣ।
ସେହିପରି ବୁଧବାର ପ୍ରକାଶ ପାଇଥିବା ଇଓ୍ବାଇ ଇଣ୍ଡିଆ ରିପୋର୍ଟରେ ମଧ୍ୟ ୨୦୨୫ ଆର୍ଥିକ ବର୍ଷ ପାଇଁ ସମାନ ଆକଳନ ଦେଖାଯାଇଛି। ଏହା ଚଳିତ ତଥା ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୬.୫ ପ୍ରତିଶତ ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୫.୪% ରହିଥିଲା, ଯାହା ଆଶାଠାରୁ ବହୁତ୍‌ କମ୍‌ ଥିଲା। ରିପୋର୍ଟରେ କୁହାଯାଇଛି , ୨୦୨୪ ୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଜିଡିପି ୫.୪% ହେବ, ଯାହା ୭ ତ୍ରୈମାସିକରେ ସର୍ବନିମ୍ନ ସ୍ତର । ଏହା ବ୍ୟତୀତ ବେସରକାରୀ ପୁଞ୍ଜି ବିନିଯୋଗର ଚାହିଦା ବୃଦ୍ଧି ପାଇ ନାହିଁ ଏବଂ ସରକାରୀ ବିନିଯୋଗ ଖର୍ଚ୍ଚର ଅଭିବୃଦ୍ଧି ନକାରାତ୍ମକ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଏଥିରେ ୧୫.୪% ହ୍ରାସ ଘଟିଛି। ୨୦୨୪-୨୫ ଏବଂ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୫% ହେବ ବୋଲି ଆକଳନ କରାଯାଇଛି। ସ୍ଥାୟୀ ଋଣ ପରିଚାଳନା, ସରକାରୀ ସଞ୍ଚୟକୁ ହଟାଇବା ଏବଂ ପୁଞ୍ଜି ବିନିଯୋଗ ଦ୍ୱାରା ପରିଚାଳିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପୁନଃ ସଂଯୋଜିତ ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଯାଇଛି। ଏହା ଭାରତର ଏକ ବିକଶିତ ଅର୍ଥନୀତିରେ ରୂପାନ୍ତର ପାଇଁ ପଥ ପରିଷ୍କାର କରିବ ବୋଲି ଆଶା କରାଯାଉଛି। ଇଓ୍ବାଇ ଇଣ୍ଡିଆର ମୁଖ୍ୟ ନୀତି ପରାମର୍ଶଦାତା ଡି. କେ. ଶ୍ରୀବାସ୍ତବ କହିଛନ୍ତି, ଭାରତକୁ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବାକୁ ଆର୍ଥିକ ଦାୟିତ୍ୱ ଏବଂ ବଜେଟ ପରିଚାଳନା ଅଧିନିୟମରେ ପ୍ରସ୍ତାବିତ ସଂଶୋଧନ ଆବଶ୍ୟକ। ସେ କହିଛନ୍ତ, ଏହି ପରିବର୍ତ୍ତନ କେବଳ ସାମ୍ପ୍ରତିକ ଆହ୍ବାନର ସମାଧାନ କରିବ ନାହିଁ ବରଂ ଭାରତର ବିକଶିତ ଅର୍ଥନୀତିରେ ପରିବର୍ତ୍ତନ ପାଇଁ ବାଟ ଖୋଲିବ।

The post ୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ appeared first on Dharitri Odia News.