୫ କି ୧୦ ଲକ୍ଷ ନୁହେଁ...ଏତିକି ଲକ୍ଷରେ ମିଳେ IPLର ଷ୍ଟମ୍ପ ଓ ବେଲ୍, ଜାଣନ୍ତୁ...
ନୂଆଦିଲ୍ଲୀ ୨୭।୦୫: ସରିଲା ଆଇପିଏଲ୍ ୨୦୨୪ । ଦମ୍ଦାର୍ ପ୍ରଦର୍ଶନ କରି ଟ୍ରଫି ହାତେଇଲା ଶାହରୁଖଙ୍କ କେକେଆର୍ । କିନ୍ତୁ ଜାଣନ୍ତି କି ଆଇପିଏଲ୍ କ୍ରିକେଟରେ ବ୍ୟବହାର ହେଉଥିବା ଷ୍ଟମ୍ପ ଏବଂ ବେଲ୍ର ଦାମ୍ କେତେ ? ଆସନ୍ତୁ ଜାଣିବା...ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଷ୍ଟମ୍ପ ଓ ବେଲ୍ର ଦାମ୍ ଯେତିକି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଖେଳାଳୀ ମଧ୍ୟ ଏତିକି ଟଙ୍କାରେ ହୋଇନଥିବେ ବିକ୍ରି । ରିପୋର୍ଟ ଅନୁଯାୟୀ, ଆଇପିଏଲର ୧୪ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ସେମାନଙ୍କ ଲାଇଟ୍ର ଦାମ୍ ପ୍ରାୟ ୪୦ ଲକ୍ଷ ଟଙ୍କା । ଆଇପିଏଲ୍ କଥା ଛାଡନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଟି-୨୦ ବିଶ୍ବକପ୍ ସମୟରେ ପୁରା ଟିମ୍ର ମ୍ୟାଚ୍ ଫି ଯେତିକି ନୁହେଁ ତାଠାରୁ ଅଧିକ ହେଉଛି ଷ୍ଟମ୍ପ ଓ ବେଲ୍ର ଦାମ୍ । ଟି-୨୦ ବିଶ୍ୱକପରେ ମ୍ୟାଚ୍ ଫି ପ୍ରାୟ ୩୩ ଲକ୍ଷ ଟଙ୍କା ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଏ ଏହି ଲାଇଟ୍ ଷ୍ଟମ୍ପ ଏବଂ ବେଲ୍ର କରିଥିଲେ ଉଦ୍ଭାବନ । ବାସ୍ତବରେ ୨୦୧୩ରେ ବିଗବାସ୍ ଲିଗ୍ ସମୟରେ ଅଷ୍ଟ୍ରେଲିଆର ବ୍ରୋଣ୍ଟେ ଏକରମେନ୍ ଏହାର ଆଇଡିଆ ଦେଇଥିଲେ । ୨୦୧୩ରେ ବାଂଲାଦେଶରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଏହି ଷ୍ଟମ୍ପ ଏବଂ ବେଲ୍କୁ ପରୀକ୍ଷଣ ଭାବରେ ବ୍ୟବହାର କରାଯାଇଥିଲା । ମ୍ୟାଚ୍ ସମୟରେ ଏହାକୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା । ଏହି ଷ୍ଟମ୍ପ ଏବଂ ବେଲ୍ର ଫାଇଦା ହେଉଛି ବେଲ୍ରେ ଏଲ୍ଇଡି ଲାଇଟ୍ ସହିତ ଏକ ଇନ୍-ବିଲ୍ଟ ସ
ନୂଆଦିଲ୍ଲୀ ୨୭।୦୫: ସରିଲା ଆଇପିଏଲ୍ ୨୦୨୪ । ଦମ୍ଦାର୍ ପ୍ରଦର୍ଶନ କରି ଟ୍ରଫି ହାତେଇଲା ଶାହରୁଖଙ୍କ କେକେଆର୍ । କିନ୍ତୁ ଜାଣନ୍ତି କି ଆଇପିଏଲ୍ କ୍ରିକେଟରେ ବ୍ୟବହାର ହେଉଥିବା ଷ୍ଟମ୍ପ ଏବଂ ବେଲ୍ର ଦାମ୍ କେତେ ? ଆସନ୍ତୁ ଜାଣିବା...

ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଷ୍ଟମ୍ପ ଓ ବେଲ୍ର ଦାମ୍ ଯେତିକି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଖେଳାଳୀ ମଧ୍ୟ ଏତିକି ଟଙ୍କାରେ ହୋଇନଥିବେ ବିକ୍ରି । ରିପୋର୍ଟ ଅନୁଯାୟୀ, ଆଇପିଏଲର ୧୪ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ସେମାନଙ୍କ ଲାଇଟ୍ର ଦାମ୍ ପ୍ରାୟ ୪୦ ଲକ୍ଷ ଟଙ୍କା ।

ଆଇପିଏଲ୍ କଥା ଛାଡନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଟି-୨୦ ବିଶ୍ବକପ୍ ସମୟରେ ପୁରା ଟିମ୍ର ମ୍ୟାଚ୍ ଫି ଯେତିକି ନୁହେଁ ତାଠାରୁ ଅଧିକ ହେଉଛି ଷ୍ଟମ୍ପ ଓ ବେଲ୍ର ଦାମ୍ । ଟି-୨୦ ବିଶ୍ୱକପରେ ମ୍ୟାଚ୍ ଫି ପ୍ରାୟ ୩୩ ଲକ୍ଷ ଟଙ୍କା ହୋଇଥାଏ ।

ତେବେ ଆସନ୍ତୁ ଜାଣିବା କିଏ ଏହି ଲାଇଟ୍ ଷ୍ଟମ୍ପ ଏବଂ ବେଲ୍ର କରିଥିଲେ ଉଦ୍ଭାବନ । ବାସ୍ତବରେ ୨୦୧୩ରେ ବିଗବାସ୍ ଲିଗ୍ ସମୟରେ ଅଷ୍ଟ୍ରେଲିଆର ବ୍ରୋଣ୍ଟେ ଏକରମେନ୍ ଏହାର ଆଇଡିଆ ଦେଇଥିଲେ । ୨୦୧୩ରେ ବାଂଲାଦେଶରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଏହି ଷ୍ଟମ୍ପ ଏବଂ ବେଲ୍କୁ ପରୀକ୍ଷଣ ଭାବରେ ବ୍ୟବହାର କରାଯାଇଥିଲା ।

ମ୍ୟାଚ୍ ସମୟରେ ଏହାକୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା । ଏହି ଷ୍ଟମ୍ପ ଏବଂ ବେଲ୍ର ଫାଇଦା ହେଉଛି ବେଲ୍ରେ ଏଲ୍ଇଡି ଲାଇଟ୍ ସହିତ ଏକ ଇନ୍-ବିଲ୍ଟ ସେନ୍ସର ରହିଛି । ଏହି ସେନ୍ସର ୧/୧୦୦୦ ସେକେଣ୍ଡର ଶବ୍ଦକୁ ଚିହ୍ନଟ କରିପାରିଥାଏ ।