୫ ଲକ୍ଷ କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସିଙ୍କ ନୋଟିସ
ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧାମୁଣ୍ଡା ଗ୍ରାମରେ ୨୦୨୨ ଅକ୍ଟୋବର ୧୫ରେ ବ୍ୟାୟାମ ସାରି ଫେରୁଥିବା ଗ୍ରାମର ଲକ୍ଷ୍ମଣ ଗୌଡ(୨୨) ନାମକ ଜଣେ ଯୁବକ କୁକୁର କାମୁଡାରୁ ବର୍ତ୍ତିବା ପାଇଁ ଦୌଡୁଥିବା ସମୟରେ ନିକଟରେ ଥିବା ମୁକୁଲା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସି (ଜାତୀୟ ମାନବଧିକାର କମିଶନ) ନୋଟିସ […] The post ୫ ଲକ୍ଷ କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସିଙ୍କ ନୋଟିସ appeared first on Dharitri Odia News.
ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧାମୁଣ୍ଡା ଗ୍ରାମରେ ୨୦୨୨ ଅକ୍ଟୋବର ୧୫ରେ ବ୍ୟାୟାମ ସାରି ଫେରୁଥିବା ଗ୍ରାମର ଲକ୍ଷ୍ମଣ ଗୌଡ(୨୨) ନାମକ ଜଣେ ଯୁବକ କୁକୁର କାମୁଡାରୁ ବର୍ତ୍ତିବା ପାଇଁ ଦୌଡୁଥିବା ସମୟରେ ନିକଟରେ ଥିବା ମୁକୁଲା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସି (ଜାତୀୟ ମାନବଧିକାର କମିଶନ) ନୋଟିସ ଜାରି କରିଛନ୍ତି। ଆସନ୍ତା ୮ସପ୍ତାହ ମଧ୍ୟରେ ଏହାର ରିର୍ପୋଟ ଦାଖଲ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଖଃଦ ଘଟଣାକୁ ନେଇ ଭବାନୀପାଟଣାର ମାନବଧିକାର କର୍ମୀ ଦିଲୀପ କୁମାର ଦାସ ଏନ୍ଏଚ୍ଆର୍ସିଠାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏହାପରେ କମିଶନ ଏହାର ଏକ ମାମଲା (ନଂ.୪୩୩୦/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
The post ୫ ଲକ୍ଷ କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସିଙ୍କ ନୋଟିସ appeared first on Dharitri Odia News.