୮୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଏସ୍ଟିଏଫ ହାତରେ ଧରାପଡ଼ିଲେ ଅଭିଯୁକ୍ତ
କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ସୀମାନ୍ତ ଏନ୍ଏଚ୍ ନଂ. ୨୦ ବାଇପାସରୁ ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍ଟିଏଫ୍) ପ୍ରାୟ ୧ କେଜି ୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଏସ୍ଟିଏଫ୍ ଧରିବାରେ ସଫଲ ହୋଇଛି। ଗିରଫ ଅଭିଯୁକ୍ତ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସମ୍ପୃକ୍ତ ଯୁବକ ସଦର ବ୍ଲକ୍ ଶଙ୍କରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ବ୍ରାଉନସୁଗାର କିଣି ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଜଳେଶ୍ୱର ଅଞ୍ଚଳରୁ କେନ୍ଦୁଝର ଜିଲାକୁ ବ୍ରାଉନସୁଗାର […] The post ୮୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଏସ୍ଟିଏଫ ହାତରେ ଧରାପଡ଼ିଲେ ଅଭିଯୁକ୍ତ appeared first on Dharitri Odia News.
କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ସୀମାନ୍ତ ଏନ୍ଏଚ୍ ନଂ. ୨୦ ବାଇପାସରୁ ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍ଟିଏଫ୍) ପ୍ରାୟ ୧ କେଜି ୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଏସ୍ଟିଏଫ୍ ଧରିବାରେ ସଫଲ ହୋଇଛି। ଗିରଫ ଅଭିଯୁକ୍ତ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସମ୍ପୃକ୍ତ ଯୁବକ ସଦର ବ୍ଲକ୍ ଶଙ୍କରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ବ୍ରାଉନସୁଗାର କିଣି ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଜଳେଶ୍ୱର ଅଞ୍ଚଳରୁ କେନ୍ଦୁଝର ଜିଲାକୁ ବ୍ରାଉନସୁଗାର ଆସୁଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ଆନୁମାନିକ ୮୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।
The post ୮୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଏସ୍ଟିଏଫ ହାତରେ ଧରାପଡ଼ିଲେ ଅଭିଯୁକ୍ତ appeared first on Dharitri Odia News.