ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୧୮ ଲୋକଙ୍କ ମୃତ୍ୟୁ, ଅନେକ ଅଞ୍ଚଳ ଅନ୍ଧାର

ଓ୍ବାଶିଂଟନ,୨୭।୫: ସେଣ୍ଟ୍ରାଲ ଆମେରିକାରେ ଘାତକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ସମ୍ପ୍ରତି ଏହି ଝଡ଼ରେ ପିଲାମାନଙ୍କ ସମେତ ୧୮ଜଣଙ୍କ ଜୀବନ ଯାଇଛି। ସିଏନଏନ ଏହି ସୂଚନା ଦେଇଛି । ଲକ୍ଷ ଲକ୍ଷ ଲୋକ ଏହି ଝଡ଼ର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଝଡ଼ ପୂର୍ବ ଦିଗକୁ ଗଲାବେଳେ କୁଆପଥର ମାଡ ହେବାର ସମ୍ଭାବନା ମଧ୍ୟ ପ୍ରକାଶ କରିଛି। ନିକଟରେ ରବିବାର ୧୦୯ ମିଲିୟନରୁ ଅଧିକ ଲୋକ ଭୟଙ୍କର ପବନର ଶିକାର ହୋଇଥିଲେ। ଘୂର୍ଣ୍ଣିବଳୟର ସବୁଠାରୁ ଖରାପ ଇଲିନୋଇସ, […] The post ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୧୮ ଲୋକଙ୍କ ମୃତ୍ୟୁ, ଅନେକ ଅଞ୍ଚଳ ଅନ୍ଧାର appeared first on Dharitri Odia News.

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୧୮ ଲୋକଙ୍କ ମୃତ୍ୟୁ, ଅନେକ ଅଞ୍ଚଳ ଅନ୍ଧାର

ଓ୍ବାଶିଂଟନ,୨୭।୫: ସେଣ୍ଟ୍ରାଲ ଆମେରିକାରେ ଘାତକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ସମ୍ପ୍ରତି ଏହି ଝଡ଼ରେ ପିଲାମାନଙ୍କ ସମେତ ୧୮ଜଣଙ୍କ ଜୀବନ ଯାଇଛି। ସିଏନଏନ ଏହି ସୂଚନା ଦେଇଛି । ଲକ୍ଷ ଲକ୍ଷ ଲୋକ ଏହି ଝଡ଼ର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଝଡ଼ ପୂର୍ବ ଦିଗକୁ ଗଲାବେଳେ କୁଆପଥର ମାଡ ହେବାର ସମ୍ଭାବନା ମଧ୍ୟ ପ୍ରକାଶ କରିଛି।
ନିକଟରେ ରବିବାର ୧୦୯ ମିଲିୟନରୁ ଅଧିକ ଲୋକ ଭୟଙ୍କର ପବନର ଶିକାର ହୋଇଥିଲେ। ଘୂର୍ଣ୍ଣିବଳୟର ସବୁଠାରୁ ଖରାପ ଇଲିନୋଇସ, କେଣ୍ଟୁକି, ମିସୌରୀ ଏବଂ ଟେନେସିର କିଛି ଅଂଶରେ ଦେଖିବାକୁ ମିଳିଥିଲା। ଏହି ଝଡ଼ ଦ୍ୱାରା ଅନେକ ଅଟ୍ଟାଳିକା ମଧ୍ୟ ନଷ୍ଟ ହୋଇଯାଇଛି।
ସୂଚନାଯୋଗ୍ୟ, ଏହି ଝଡ଼ ଯୋଗୁଁ ୧୩ ଟି ରାଜ୍ୟରେ ହଜାର ହଜାର ଲୋକଙ୍କ ଘରେ ବିଦ୍ୟୁତ କାଟ ହୋଇଥିଲା। କେଣ୍ଟୁକିରେ ସବୁଠାରୁ ବଡ ଅଘଟଣ ଘଟିଥଲା, ଯେଉଁଠାରେ ପ୍ରାୟ ୧୩୫,୦୦୦ ଗ୍ରାହକଙ୍କର ବିଦ୍ୟୁତ ସଂଯୋଗରେ ନଥିଲା। ବର୍ତ୍ତମାନ ୬୪୨,୦୦୦ରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ନ୍ୟୁ ଇଂଲଣ୍ଡର ଦକ୍ଷିଣ ଉପକୂଳରେ ଅତି କମରେ ୧୨୦ ନିୟୁତ ଲୋକ ଏହି ଝଡ଼ର ବିପଦରେ ଅଛନ୍ତି।

The post ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୧୮ ଲୋକଙ୍କ ମୃତ୍ୟୁ, ଅନେକ ଅଞ୍ଚଳ ଅନ୍ଧାର appeared first on Dharitri Odia News.