କେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ମତ୍ସ୍ୟଜୀବୀ, କୃଷକଙ୍କୁ ଶସ୍ତା ଋଣ, ୧.୭ଲକ୍ଷ ଚାକିରି ସୁଯୋଗ ସହିତ ଅନେକ ଲାଭ

ନୂଆଦିଲ୍ଲୀ,୯।୨: ମତ୍ସ୍ୟ କ୍ଷେତ୍ର ପାଇଁ ନୂତନ ଯୋଜନାକୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର (ସିସିଇଏ) ଅନୁମୋଦନ କରିଛି। ଏହାର ନାମ ହେଉଛି ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହ-ଯୋଜନା (ପିଏମ-ଏମକେଏସଏସଓ୍ବାଇ) । ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ଯୋଜନା ଅଧୀନରେ ଏହା ୬୦୦୦ କୋଟି ଟଙ୍କାର ଏକ ଉପ-କେନ୍ଦ୍ରୀୟ ଯୋଜନା । ଏହି ଯୋଜନା ମାଧ୍ୟମରେ ଜଳ ଚାଷ କରୁଥିବା କୃଷକ ତଥା ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷ କରୁଥିବା ଶ୍ରମିକମାନେ ଶସ୍ତା ଋଣ ପାଇପାରିବେ। ଏହି […] The post କେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ମତ୍ସ୍ୟଜୀବୀ, କୃଷକଙ୍କୁ ଶସ୍ତା ଋଣ, ୧.୭ଲକ୍ଷ ଚାକିରି ସୁଯୋଗ ସହିତ ଅନେକ ଲାଭ appeared first on Dharitri Odia News.

କେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ମତ୍ସ୍ୟଜୀବୀ, କୃଷକଙ୍କୁ ଶସ୍ତା ଋଣ, ୧.୭ଲକ୍ଷ ଚାକିରି ସୁଯୋଗ ସହିତ ଅନେକ ଲାଭ

ନୂଆଦିଲ୍ଲୀ,୯।୨: ମତ୍ସ୍ୟ କ୍ଷେତ୍ର ପାଇଁ ନୂତନ ଯୋଜନାକୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର (ସିସିଇଏ) ଅନୁମୋଦନ କରିଛି। ଏହାର ନାମ ହେଉଛି ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହ-ଯୋଜନା (ପିଏମ-ଏମକେଏସଏସଓ୍ବାଇ) । ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ଯୋଜନା ଅଧୀନରେ ଏହା ୬୦୦୦ କୋଟି ଟଙ୍କାର ଏକ ଉପ-କେନ୍ଦ୍ରୀୟ ଯୋଜନା । ଏହି ଯୋଜନା ମାଧ୍ୟମରେ ଜଳ ଚାଷ କରୁଥିବା କୃଷକ ତଥା ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷ କରୁଥିବା ଶ୍ରମିକମାନେ ଶସ୍ତା ଋଣ ପାଇପାରିବେ। ଏହି କ୍ଷେତ୍ରର ଭିତ୍ତିଭୂମି ଦୃଢ ହେବା ଦ୍ୱାରା ଲୋକମାନେ ସିଧାସଳଖ ଉପକୃତ ହେବେ।

ଅସଂଗଠିତ ମତ୍ସ୍ୟ କ୍ଷେତ୍ରକୁ ଆନୁଷ୍ଠାନିକ କରିବା ପାଇଁ ଏବଂ ଏହି କ୍ଷେତ୍ରରେ ଏମଏସଏମଇ ମାନଙ୍କୁ ଅନୁଷ୍ଠାନିକ ଆର୍ଥିକ ସୁବିଧା ଯୋଗାଇବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ୬୦୦୦ କୋଟି ଟଙ୍କା ଯୋଜନାରେ ଜଳକୃଷି ବୀମାକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ସହାୟକ ହେବ। ମତ୍ସ୍ୟ ବିଭାଗରେ ସହଜ ଋଣ ପାଇବା ଦ୍ୱାରା ଏଠାରେ କାର୍ଯ୍ୟ କରୁଥିବା ଲୋକମାନେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇବେ।

The post କେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ମତ୍ସ୍ୟଜୀବୀ, କୃଷକଙ୍କୁ ଶସ୍ତା ଋଣ, ୧.୭ଲକ୍ଷ ଚାକିରି ସୁଯୋଗ ସହିତ ଅନେକ ଲାଭ appeared first on Dharitri Odia News.