ଜେସିବି ପୋଡି ନେଇ ଥାନାରେ ମାମଲା।
ଗୋପାଳପୁର,୨୮/୦୮ ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁବପଲି ମୈଜା ର ରଘୁବୀର ବିହାର ଅଞ୍ଚଳରେ ଜମି ସମୁତଲ ନିମନ୍ତେ ବ୍ୟବହାର କରାଯାଉଥିବା ଏକ ଜେସିବି ମେସିନ ଖରାପ ହୋଇ ଯିବାରୁ ସେଠାରେ ରଖିଥିବା ବେଳେ କୈାଣସି ଦୁର୍ବୃତ୍ତ ଏହାକୁ ନିଆଁ ଲଗାଇ ପୋଡି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ କେ ନୂଆଗାଁ ଥାନା ଅନ୍ତର୍ଗତ ତେନ୍ତିଆପଡା ଗ୍ରାମର ଦଣ୍ଡାସି ପାଣିଗ୍ରାହୀ ଦୁବ ପଲ୍ଲୀ ମୈଜାରେ ରଘୁବିର ବିହାର ଅଞ୍ଚଳରେ ନିଜର ଜେସିବି (ଓଡି […] The post ଜେସିବି ପୋଡି ନେଇ ଥାନାରେ ମାମଲା। appeared first on Odisha.News.

ଗୋପାଳପୁର,୨୮/୦୮
ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁବପଲି ମୈଜା ର ରଘୁବୀର ବିହାର ଅଞ୍ଚଳରେ ଜମି ସମୁତଲ ନିମନ୍ତେ ବ୍ୟବହାର କରାଯାଉଥିବା ଏକ ଜେସିବି ମେସିନ ଖରାପ ହୋଇ ଯିବାରୁ ସେଠାରେ ରଖିଥିବା ବେଳେ କୈାଣସି ଦୁର୍ବୃତ୍ତ ଏହାକୁ ନିଆଁ ଲଗାଇ ପୋଡି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ କେ ନୂଆଗାଁ ଥାନା ଅନ୍ତର୍ଗତ ତେନ୍ତିଆପଡା ଗ୍ରାମର ଦଣ୍ଡାସି ପାଣିଗ୍ରାହୀ ଦୁବ ପଲ୍ଲୀ ମୈଜାରେ ରଘୁବିର ବିହାର ଅଞ୍ଚଳରେ ନିଜର ଜେସିବି (ଓଡି ୦୭ ଆର ୦୦୭୮) କୁ କାମରେ ଗତ ୨୬ ତାରିଖରେ ଲଗାଇଥିଲେ।ଜେସିବି ଟି ଖରାପ ହୋଇଯିବାରୁ ତାହାକୁ ସେଠାରେ ରଖି ଦେଇଥିଲେ। ମଙ୍ଗଳବାର ସକାଳେ ଜେସିବି ରଖିବା ସ୍ଥାନକୁ ଯାଇଥିବା ବେଳେ ତାହାକୁ କେହି ପୋଡ଼ି ଦେଇଥିବା ଦେଖିବାକୁ ପାଇଥିଲେ।ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୩୪୫/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ତଦନ୍ତ ଅଧିକାରୀ କୃତିବାସ ସାହୁ କହିଛନ୍ତି।
The post ଜେସିବି ପୋଡି ନେଇ ଥାନାରେ ମାମଲା। appeared first on Odisha.News.