ପୁରୁଷ ହକି ଦଳକୁ ଭେଟିବେ କ୍ରୀଡ଼ାମନ୍ତ୍ରୀ
ନୂଆଦିଲ୍ଲୀ,୧୪ା୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସେପ୍ଟେମ୍ବର ୧୦ ପୂର୍ବରୁ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଦଳ ସହିତ ଏକ ବୈଠକ କରିବେ। ୨୦୨୮ ଲସ୍ଏଞ୍ଜେଲ୍ସ ଗେମ୍ସରେ ଯେପରି ସ୍ବର୍ଣ୍ଣ ପଦକ ହାସଲ କରାଯିବା ପ୍ରୟାସରେ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିବେ। ମାଣ୍ଡବ୍ୟ ମଙ୍ଗଳବାର ସକାଳେ ପ୍ୟାରିସ୍ରୁ ଫେରିଥିବା ଷ୍ଟାର ଗୋଲକିପର ପି.ଆର. ଶ୍ରୀଜେଶ, ଡିଫେଣ୍ଡର ସଞ୍ଜୟ, ଅମିତ ରୋହିଦାସ ଓ ଷ୍ଟ୍ରାଇକର ଅଭିଷେକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମାଣ୍ଡବ୍ୟ କହିଥିଲେ, ଆପଣମାନଙ୍କ […] The post ପୁରୁଷ ହକି ଦଳକୁ ଭେଟିବେ କ୍ରୀଡ଼ାମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୪ା୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସେପ୍ଟେମ୍ବର ୧୦ ପୂର୍ବରୁ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଦଳ ସହିତ ଏକ ବୈଠକ କରିବେ। ୨୦୨୮ ଲସ୍ଏଞ୍ଜେଲ୍ସ ଗେମ୍ସରେ ଯେପରି ସ୍ବର୍ଣ୍ଣ ପଦକ ହାସଲ କରାଯିବା ପ୍ରୟାସରେ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିବେ। ମାଣ୍ଡବ୍ୟ ମଙ୍ଗଳବାର ସକାଳେ ପ୍ୟାରିସ୍ରୁ ଫେରିଥିବା ଷ୍ଟାର ଗୋଲକିପର ପି.ଆର. ଶ୍ରୀଜେଶ, ଡିଫେଣ୍ଡର ସଞ୍ଜୟ, ଅମିତ ରୋହିଦାସ ଓ ଷ୍ଟ୍ରାଇକର ଅଭିଷେକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମାଣ୍ଡବ୍ୟ କହିଥିଲେ, ଆପଣମାନଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା। ଆମେ ସ୍ବର୍ଣ୍ଣ ଜିତିପାରି ନ ଥିଲେ ହେଁ ଏହାର ନିକଟତର ହୋଇପାରିଥିଲେ। ସେମିଫାଇନାଲରେ ପରାଜିତ ହେବାପରେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ଯେପରି ପ୍ରଦର୍ଶନ କଲ ତାହା ପ୍ରଶଂସା ଯୋଗ୍ୟ। ମାତ୍ର ଏହି ରାସ୍ତାର ଅନ୍ତ ଘଟିନାହିଁ, ଲସ୍ଏଞ୍ଜେଲ୍ସରୁ ଆମକୁ ସ୍ବର୍ଣ୍ଣ ସହିତ ଫେରିବାକୁ ହେବ। ଏଦିଗରେ ଆମେ କିପରି ସଫଳ ହୋଇପାରିବା ସେ ନେଇ ମୁଁ ଆପଣମାନଙ୍କ ପରାମର୍ଶ ଲୋଡୁଛି। ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଦେବାକୁ ପ୍ରସ୍ତୁତ। ମନ୍ତ୍ରୀ ପୁଣି କହିଥିଲେ, ଗତ ସଂସ୍କରଣ ସହ ଯଦିଓ ତୁଳନୀୟ ନୁହେଁ ତେବେ ପ୍ୟାରିସ ଗେମ୍ସରେ ଭାରତୀୟ ଆଥ୍ଲେଟଙ୍କ ପ୍ରଦର୍ଶନକୁ ନେଇ ସେ ସନ୍ତୁଷ୍ଟ। ଟୋକିଓରେ ଭାରତ ଗୋଟିଏ ସ୍ବର୍ଣ୍ଣ ସମେତ ୭ ପଦକ ଜିତିଥିଲା, କିନ୍ତୁ ପ୍ୟାରିସ୍ରେ ଦେଶ ୫ ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ସମେତ ୬ ପଦକ ଜିତିବାରେ ସମର୍ଥ ହୋଇଛି। ତେବେ ଭାରତ ଚତୁର୍ଥ ସ୍ଥାନରେ ରହି ୭ଟି ପଦକ ଅଳ୍ପକେ ହାତଛଡ଼ା କରିଛି। ତେଣୁ ମୋଟ ଉପରେ ଏହାକୁ ଏକ ଭଲ ପ୍ରଦର୍ଶନ ବୋଲି କୁହାଯାଇପାରିବ। ମାଣ୍ଡବ୍ୟ ଏହା ପୂର୍ବରୁ ଫେରିଥିବା ହକି ଦଳର ଅନ୍ୟ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
The post ପୁରୁଷ ହକି ଦଳକୁ ଭେଟିବେ କ୍ରୀଡ଼ାମନ୍ତ୍ରୀ appeared first on Dharitri Odia News.