ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ
ନୂଆପଡା,୧୨ା୫ (ମକାରୁ ବେମାଲ):ଚେନ୍ନାଇରେ ଦାଦନ ଖଟିବାକୁ ଯାଇଥିବା ନୂଆପଡା ଜିଲା କୋମନା ଥାନା କୋନାବିରା ଗାଁର ଜଣେ ଯୁବକଙ୍କ ରବିବାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସେ ହେଲେ କୋନାବିରା ଗାଁର ପୂର୍ଣ୍ଣ ପରାଭୁଏ (୩୨) । ପୂର୍ଣ୍ଣ ତାଙ୍କ ସ୍ତ୍ରୀ ସହ ୩ ପିଲାଙ୍କୁ ସାଙ୍ଗରେ ଧରି ଗତ ଜାନୁଆରୀ ମାସରେ ଚେନ୍ନାଇ ଯାଇଥିଲେ। ସେଠାରେ ଟି-୧୧ ତିରୁନିନରାବୁର ପୋଲିସ ଷ୍ଟେଶନ ପଟ୍ଟାବିରମ ରେଞ୍ଜ ଅଞ୍ଚଳରେ ଇଟା ତିଆରି କାମ କରୁଥିଲେ। ରବିବାର ସକାଳେ […] The post ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ appeared first on Dharitri Odia News.
ନୂଆପଡା,୧୨ା୫ (ମକାରୁ ବେମାଲ):ଚେନ୍ନାଇରେ ଦାଦନ ଖଟିବାକୁ ଯାଇଥିବା ନୂଆପଡା ଜିଲା କୋମନା ଥାନା କୋନାବିରା ଗାଁର ଜଣେ ଯୁବକଙ୍କ ରବିବାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସେ ହେଲେ କୋନାବିରା ଗାଁର ପୂର୍ଣ୍ଣ ପରାଭୁଏ (୩୨) । ପୂର୍ଣ୍ଣ ତାଙ୍କ ସ୍ତ୍ରୀ ସହ ୩ ପିଲାଙ୍କୁ ସାଙ୍ଗରେ ଧରି ଗତ ଜାନୁଆରୀ ମାସରେ ଚେନ୍ନାଇ ଯାଇଥିଲେ। ସେଠାରେ ଟି-୧୧ ତିରୁନିନରାବୁର ପୋଲିସ ଷ୍ଟେଶନ ପଟ୍ଟାବିରମ ରେଞ୍ଜ ଅଞ୍ଚଳରେ ଇଟା ତିଆରି କାମ କରୁଥିଲେ। ରବିବାର ସକାଳେ ମାଲିକଙ୍କ ଗାଡ଼ି ଧୋଉଥିବା ସମୟରେ ପୂର୍ଣ୍ଣ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ ା ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଗଁାରୁ ପରିବାର ଲୋକେ ମୃତଦେହ ଆଣିବା ପାଇଁ ଚେନ୍ନାଇ ଯାଇଛନ୍ତି। ସେ ଜଣେ ଗରିବ ପରିବାର ହୋଇଥିବାରୁ ଘର ମୁଖିଆ ଚାଲିଯିବା ପରେ ବେସାହାରା ହୋଇପଡିଛନ୍ତି ା ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି ା
The post ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ appeared first on Dharitri Odia News.