ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନିକଟରେ ଖୋଲିଲା ବିରଜା ଅଗ୍ନେଶ୍ଵର ହାଟ

ଯାଜପୁର : ଦୀର୍ଘ ୧୧ ମାସ ପରେ ପୁରୁଣା ଜାଗାରେ ପୁଣି ଖୋଲିଲା ପୁରୁଣା ହାଟ। ପୂର୍ବ ପରି ପ୍ରତି ରବିବାର ଓ ଗୁରୁବାର ଖୋଲିବ ଏହି ସାପ୍ତାହିକ ହାଟ। ଆଜି ପ୍ରଥମ ରବିବାର ହାଟରେ ଦେଖିବାକୁ ମିଳିଥିଲା ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼। ସମସ୍ତଙ୍କ ମନରେ ଖୁସି ଓ ଉଲ୍ଲାସ । ଏ ହେଉଛି ସେହି ପୁରୁଣା ହାଟ ଯାହାର ନାମ ବିରଜା ଅଗ୍ନେଶ୍ବର ହାଟ। ପ୍ରତି ରବିବାର ଓ ଗୁରୁବାର ଖୋଲିଥାଏ ଏହି […] The post ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନିକଟରେ ଖୋଲିଲା ବିରଜା ଅଗ୍ନେଶ୍ଵର ହାଟ appeared first on KNews Odisha.

ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନିକଟରେ ଖୋଲିଲା ବିରଜା ଅଗ୍ନେଶ୍ଵର ହାଟ
biraja hata

ଯାଜପୁର : ଦୀର୍ଘ ୧୧ ମାସ ପରେ ପୁରୁଣା ଜାଗାରେ ପୁଣି ଖୋଲିଲା ପୁରୁଣା ହାଟ। ପୂର୍ବ ପରି ପ୍ରତି ରବିବାର ଓ ଗୁରୁବାର ଖୋଲିବ ଏହି ସାପ୍ତାହିକ ହାଟ। ଆଜି ପ୍ରଥମ ରବିବାର ହାଟରେ ଦେଖିବାକୁ ମିଳିଥିଲା ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼। ସମସ୍ତଙ୍କ ମନରେ ଖୁସି ଓ ଉଲ୍ଲାସ । ଏ ହେଉଛି ସେହି ପୁରୁଣା ହାଟ ଯାହାର ନାମ ବିରଜା ଅଗ୍ନେଶ୍ବର ହାଟ। ପ୍ରତି ରବିବାର ଓ ଗୁରୁବାର ଖୋଲିଥାଏ ଏହି ସାପ୍ତାହିକ ହାଟ । ମାତ୍ର ପୂର୍ବ ସରକାର ସମୟରେ ଗତ ଜାନୁଆରୀ ମାସରେ ବିରଜା ପ୍ରକଳ୍ପର ପାର୍କିଂ ଏରିଆ ସମ୍ପ୍ରସାରଣ ପାଇଁ ଏହି ହାଟକୁ ସନ୍ଥମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା । ସରକାର ବଦଳିଲା ପରେ ସେହି ସ୍ଥାନରେ ପୁଣି ହାଟ ଖୋଲିବାକୁ ଅଡି ବସିଥିଲେ ଚାଷୀ ଓ ବ୍ୟବସାୟୀ। ପ୍ରକଳ୍ପ ଏବଂ ପୁରୁଣା ହାଟକୁ ନେଇ ଲମ୍ବା ସମୟ ଧରି ଲାଗିରହିଥିଲା ବିବାଦ । ପ୍ରଶାସନର ହସ୍ତକ୍ଷେପ କ୍ରମେ ଆପୋଷ ଆଲୋଚନା କରାଯାଇ ବିବାଦର ସମାଧାନ କରାଗଲା।

ମା ବିରଜାଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ପୁରୁଣା ହାଟକୁ ନେଇ ଦୀର୍ଘଦିନ ଧରି ଲାଗିରହିଥିଲା ବିବାଦ। ଗତ ନଭେମ୍ବର ୨୦ତାରିଖରୁ ଏହା ଉଗ୍ରରୂପ ଧାରଣା କରିଥିଲା। ଦୀର୍ଘ ୨୪ଦିନର ବ୍ୟବଧାନ ପରେ ଥମିଥିଲା ବିବାଦ। ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା ପରେ ପ୍ରକଳ୍ପ ହେବା ଓ ହାଟ ଖୋଲିବା ନେଇ ଜିଲ୍ଲାପାଳଙ୍କ ଦ୍ଵାରା ନିଆଯାଇଥିଲା ନିଷ୍ପତ୍ତି। ତଦନୁଯାୟୀ ଆଜି ହାଟ ବ୍ୟବସାୟୀ ସଂଘ ଦ୍ୱାରା ଭଜନ ସଙ୍କୀର୍ତ୍ତନ ଓ ପୂଜାର୍ଚ୍ଚନା କରାଯାଇ ହାଟର ଶୁଭାରମ୍ଭ ହେଲା। ସୂଚନା ଯୋଗ୍ୟ ଯେ ପୂର୍ବରୁ ହାଟ ଚାଲିଥିଲା ୩ଏକର ୧୪ ଡିସିମିଲ ଜମିରେ। ଏବେ ସେଥିରୁ ୨ଏକର ଜମିରେ ହାଟ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

ପ୍ରକଳ୍ପ ସନ୍ନିକଟ ଅବଶିଷ୍ଟ ୧ଏକର ୧୪ ଡିସିମିଲ ଜମି ପାର୍କିଂ ଏରିଆ ପାଇଁ ଉଦ୍ଦିଷ୍ଟ ରହିଛି। ସେପଟେ ଆଲୋଚନା ବେଳେ ଏଥିପାଇଁ ଆବଶ୍ୟକ ପଡିଲେ ଅଧିକ ଜମି ଅଧିଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଆଉ ସ୍ଥାୟୀ ହାଟ ବା ହାଇଟେକ ହାଟ ଖୋଲିବା ଯାଏ ସନ୍ଥମାଧବ ଅଞ୍ଚଳରେ ନୂତନ ହାଟ ଚାଲିବ ବୋଲି କୁହାଯାଇଥିଲା। ଯଦ୍ୱାରା ଆଜି ସେପଟେ ସନ୍ଥମାଧବ ଠାରେ ମଧ୍ୟ ସମାନ୍ତରାଳ ଭାବେ ଚାଲିଛି ହାଟ। କିଛି ବ୍ୟବସାୟୀ ମଧ୍ୟ ସେଠାରେ ବ୍ୟବସାୟର ପସରା ମେଲାଇଛନ୍ତି ।

The post ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନିକଟରେ ଖୋଲିଲା ବିରଜା ଅଗ୍ନେଶ୍ଵର ହାଟ appeared first on KNews Odisha.