ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ ୪ଜି ଫିଚର ଫୋନ୍‌ର ଶୁଭାରମ୍ଭ ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ-୨୦୨୪ ପରିସରରେ ହୋଇଯାଇଛି। ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ନାମରେ ନାମିତ ଏହି ଦୁଇ ୪ଜି ଫିଚର ଫୋନ ଜିଓଭାରତ ସିରିଜ୍‌ ଅଧୀନରେ ଶୁଭାରମ୍ଭ କରାଯାଇଥିଲାବେଳେ ବଜାରରେ ନୂଆ ମଡେଲଗୁଡିକ ୧୦୯୯ ଟଙ୍କାରେ ଉପଲବ୍ଧ ହେଉଛି। ଗତ ବର୍ଷ ଜିଓଭାରତ […] The post ରିଲାଏନ୍ସ ଜିଓର ନୂତନ ଉତ୍ପାଦ appeared first on Dharitri Odia News.

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ ୪ଜି ଫିଚର ଫୋନ୍‌ର ଶୁଭାରମ୍ଭ ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ-୨୦୨୪ ପରିସରରେ ହୋଇଯାଇଛି। ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ନାମରେ ନାମିତ ଏହି ଦୁଇ ୪ଜି ଫିଚର ଫୋନ ଜିଓଭାରତ ସିରିଜ୍‌ ଅଧୀନରେ ଶୁଭାରମ୍ଭ କରାଯାଇଥିଲାବେଳେ ବଜାରରେ ନୂଆ ମଡେଲଗୁଡିକ ୧୦୯୯ ଟଙ୍କାରେ ଉପଲବ୍ଧ ହେଉଛି।
ଗତ ବର୍ଷ ଜିଓଭାରତ ଭି୨ ମଡେଲ ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ଫିଚର ଫୋନ୍‌ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏପରିକି କମ୍ପାନୀର ସୂଚନା ଅନୁଯାୟୀ ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓଭାରତ ଫିଚର ଫୋନ୍‌ ମାଧ୍ୟମରେ ୪ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି।
ସେହିଭଳି ଆଗାମୀ ପିଢ଼ିର ଏହି ନୂଆ ଫିଚର ଫୋନ ଆଧୁନିକ ଡିଜାଇନ୍‌, ଶକ୍ତିଶାଳୀ ୧୦୦୦ ଏମ୍‌ଏଏଚ୍‌ ବ୍ୟାଟେରି, ୧୨୮ଜିବି ପର୍ଯ୍ୟନ୍ତ ବିସ୍ତାରଯୋଗ୍ୟ ଷ୍ଟୋରେଜ୍‌ ଏବଂ ୨୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି। ଜିଓଭାରତ ଫୋନରେ ମାସିକ ମାତ୍ର ୧୨୩ ଟଙ୍କାରେ ରିଚାର୍ଜ କରାଯାଇପାରିବ। ଯେଉଁଥିରେ ଅସୀମିତ ଭଏସ୍‌ କଲ୍‌ ଏବଂ ଦୈନିକ ଅଧା ଜିବି ହିସାବରେ ମୋଟ ୧୪ ଜିବି ହାଇ-ସ୍ପିଡ୍‌ ଡେଟା ମଧ୍ୟ ଉପଲବ୍ଧ ହେବ।
ଉଭୟ ଭି୩ ଏବଂ ଭି୪ ମଡେଲ ଜିଓ-ଟିଭି, ଜିଓ-ସିନେମା, ଜିଓ-ପେ ଏବଂ ଜିଓ-ଚାଟ୍‌ ଭଳି ଉପଯୋଗୀ ପ୍ରି-ଲୋଡେଡ୍‌ ଆପ୍‌ ସହିତ ଆସିବ। ଏପରିକି ୪୫୫ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଚଳଚ୍ଚିତ୍ର, ଭିଡିଓ ଏବଂ କ୍ରୀଡ଼ା ବିଷୟବସ୍ତୁ ମଧ୍ୟ ମାତ୍ର ଗୋଟିଏ କ୍ଲିକ୍‌ରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଅପରପକ୍ଷରେ ଜିଓ-ପେ ସହଜରେ ନିରବଚ୍ଛିନ୍ନ ଦେୟ ପ୍ରଦାନ ସୁବିଧା ପ୍ରଦାନ କରୁଥିବାବେଳେ ଜିଓଚାଟ ଅସୀମିତ ଭଏସ୍‌ ମେସେଜିଂ, ଫଟୋ ଶେୟାର ଏବଂ ଗ୍ରୁପ୍‌ ଚାଟ୍‌ ବିକଳ୍ପ ପ୍ରଦାନ କରିଥାଏ।
ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ଖୁବ୍‌ଶୀଘ୍ର ସମସ୍ତ ମୋବାଇଲ ଷ୍ଟୋର ସହିତ ଜିଓମାର୍ଟ ଏବଂ ଆମାଜନ୍‌ରେ ମଧ୍ୟ ଉପଲବ୍ଧ ହେବ।

The post ରିଲାଏନ୍ସ ଜିଓର ନୂତନ ଉତ୍ପାଦ appeared first on Dharitri Odia News.