ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ: ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ,୧୭।୯: ଓଡ଼ିଶା ଭିଜିଲାନ୍ସ ଗତ କିଛି ଦିନ ଧରି ଦୁର୍ନୀତିଗ୍ରସ୍ଥ ଅଧିକାରୀ ମାନଙ୍କ ଉପରେ ଚଢ଼ାଉ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ସଦର ସର୍କଲର ରାଜସ୍ୱ ନିରୀକ୍ଷକ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି। ଏକ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍ ଏହାର ଜାଲ ବିଛାଇଥିଲା। ଆରଆଇ କାର୍ଯ୍ୟାଳୟରେ ଅତିରିକ୍ତ ପିଅନ ବୋଲି ଦାବି କରୁଥିବା ରାଜସ୍ବ ନିରୀକ୍ଷକ ବଳରାମ ସାହୁଙ୍କ ଉପସ୍ଥିତିରେ […] The post ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ: ମାଡି ବସିଲା ଭିଜିଲାନ୍ସ appeared first on Dharitri Odia News.

ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ: ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ,୧୭।୯: ଓଡ଼ିଶା ଭିଜିଲାନ୍ସ ଗତ କିଛି ଦିନ ଧରି ଦୁର୍ନୀତିଗ୍ରସ୍ଥ ଅଧିକାରୀ ମାନଙ୍କ ଉପରେ ଚଢ଼ାଉ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ସଦର ସର୍କଲର ରାଜସ୍ୱ ନିରୀକ୍ଷକ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି।

ଏକ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍ ଏହାର ଜାଲ ବିଛାଇଥିଲା। ଆରଆଇ କାର୍ଯ୍ୟାଳୟରେ ଅତିରିକ୍ତ ପିଅନ ବୋଲି ଦାବି କରୁଥିବା ରାଜସ୍ବ ନିରୀକ୍ଷକ ବଳରାମ ସାହୁଙ୍କ ଉପସ୍ଥିତିରେ ଅଭିଯୋଗକାରୀ ଆରଆଇ ବରୁଣ କୁମାର ଜେନାଙ୍କୁ ୩୦,୦୦୦ ଲାଞ୍ଚ ନେଉଥିଲେ। ଏତିକିବେଳେ କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଆରଆଇ ଏବଂ ସାହୁଙ୍କୁ ଲାଞ୍ଚ ଟଙ୍କା ନେଲା ବେଳେ ରେଡ ହାଣ୍ଡେଡ ଧରିଥିଲେ।

ଆରଆଇ, ସଦର ସର୍କଲ ଏକ ଚାଷ ଜମିକକୁ ଘରବାଡିରେ ପରିଣତ କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିଲେ।ତେବେ ଭିଜିଲାନ୍ସ ହାତରେ ଧାରା ପଡିବା ପରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ସନ୍ଦେହରେ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବା ​​ଭିଜିଲାନ୍ସ କାର୍ଯ୍ୟାଳୟ ସୂତ୍ରରୁ ସୂଚନ ମିଳିଛି।

The post ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ: ମାଡି ବସିଲା ଭିଜିଲାନ୍ସ appeared first on Dharitri Odia News.